Breaking News

ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଆଜି ପୂର୍ଣ୍ଣାଙ୍ଗ



ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେରେଳ  ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ମାପଚୁପ ତିନି ତିନି ଥର  କରାଯିବା ପରେ ବି ବିରୋଧ ଯୋଗୁ  ଦୁଇଟି ସ୍ଥାନରେ ଅଟକି ରହିଥିବା ସ୍ଥାନକୁ ସର୍ଭେ କରାଯାଇ ସର୍ଭେ ଦଳ ଚିହ୍ନଟ  କରି ସନ୍ତକ ଦେଲେ  ।  ତେଣୁ ଏଠାରେ ରେଳ ଓଭରବ୍ରିଜ ନିର୍ମାଣ ହେବାର ପ୍ରାଥମିକ କାମ ମଙ୍ଗଳବାର ସରିଛି  । ଉକ୍ତ ରାସ୍ତାର ୪୦୫ ନଂ ପ୍ଲଟ ଓ ୪୦୬ ନଂ ପ୍ଲଟକୁ ନେଇ କିଛି ବ୍ଯବସାୟୀ ମାନଙ୍କ ପକ୍ଷରୁ ମାଲିକାନା କୁ ନେଇ ବିରୋଧ କରାଯାଇ ଥିଲା। ଯାହା ଫଳରେ କି ମାପ ବନ୍ଦ ରହିଥିଲା । ସର୍ଭେ ଅଫିସର ଙ୍କ ରିପୋର୍ଟ ଅନୁସାରେ ଲ୍ଯାଣ୍ଡଆକ୍ଯୁଜେସନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସତ୍ଯବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ,  ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା  , ପୁରୀ ଡିଭିଜନ ଆରଆଣ୍ଡବି ଏକଜ୍ୟୁକ୍ୟୁଟିଭ୍ ଇଂଜିନିୟର   ,ଆରଆଇ,  ଅମିନ  , ସାକ୍ଷୀଗୋପାଳ ମନ୍ଦିର ଏଜିକ୍ଯୁଟିଭ ଅଫିସର  ତଥା ସତ୍ଯବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ  , ଅମିନ ସୁବାସ ଗଜେନ୍ଦ୍ର ପହଞ୍ଚି ମାପଚୁପ କାମ ଆରମ୍ଭ କରିଥିଲେ। ପ୍ରଥମେ  ସରକାରୀ  ରାସ୍ତା ଓ ନୟନଯୋରୀ ମାପ କରି ବାହାର କରିସାରିବା ପରେ ଅନ୍ଯ ଜମି ମାପ କରାଯାଇଥିଲା । ଓଭରବ୍ରିଜ ନିର୍ମାଣ ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମି ଚିହ୍ନଟ କରି ସର୍ଭେ ଦଳ ସନ୍ତକ ଦେଇ ଥିଲେ  । ଏହି ମାପଚୁପ ସମୟରେ ମନ୍ଦିର ଅଧିକାରୀ ଓ ବ୍ଯକ୍ତିଗତ ଜମିମାଲିକ ଉପସ୍ଥିତ ରହିଥିଲେ  । ମୁଖ୍ଯ ରାସ୍ତାର ଉଭୟ ପାର୍ଶ୍ୱରୁ ୪୩ ଫୁଟ ଅଧିଗ୍ରହଣ ହେବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି  ।  ସୁରୁଖୁରୁରେ ମାପଚୁପ କାମ ସରିଗଲା ବୋଲି ଲ୍ଯାଣ୍ଡଆକ୍ଯୁଜେସନ ଅଧିକାରୀ ପ୍ରଶାନ୍ତ କୁମାର ଜେନା କହିଛନ୍ତି   ।  ଆଇନଶୃଙ୍ଖଳା କୁ ନଜର କରି ସତ୍ଯବାଦୀ ପୋଲିସ ପକ୍ଷରୁ ପୋଲିସ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୭/୨୦୨୫----୮,୪୫ Sakhigopal News,29/7/2025

Blog Archive

Popular Posts