ମତଦାନରୁ ବୃଦ୍ଧା ବଂଚିତ ଘଟଣା, ନ୍ୟାୟ ପାଇଁ ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ
କୋଣାର୍କ ---- କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମର ୯୨ ବର୍ଷର ବୃଦ୍ଧା ତାରାମଣି ସ୍ବାଇଁ ପୋଷ୍ଟାଲ ମତଦାନରୁ ବଞ୍ଚିତ ହେବା ଘଟଣାର ୯୦ ଦିନ ବିତିଯାଇଛି। ଏ ପର୍ଯ୍ୟନ୍ତ ବୃଦ୍ଧା ନ୍ୟାୟ ନ ମିଳିବା ଓ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ । ସାମାଜିକ କର୍ମୀ ତଥା ବୃଦ୍ଧା ନାତି ଭାଗୀରଥୀ ସ୍ଵାଇଁ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ ଯେ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ଏକ ସାଂଘାତିକ ଅପରାଧ ଭାବେ ବିବେଚନା କରାଯାଉଛି । କାକଟପୁର ନିର୍ବାଚନ ମଣ୍ଡଳୀର ବୁଥ ନଂ ୯୨ ରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବାଙ୍ଗ ରାଜସ୍ବ ନିରୀକ୍ଷକ ଅଭୟ କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଓ ବେପରୁଆ ମନୋଭାବ ଯୋଗୁଁ ଗତ ୨୦୨୪ ସାଧାରଣ ନିର୍ବାଚନରେ ପୋଷ୍ଟାଲ ମତଦାନରୁ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ଗ୍ରାମର ବୃଦ୍ଧା ତାରାମଣି ସ୍ବାଇଁ ବଂଚିତ ହୋଇଥିଲେ। ଏହି ଘଟଣାକୁ ନେଇ ବୃଦ୍ଧାଙ୍କ ନାତି ଭାଗୀରଥୀ ସ୍ଵାଇଁ ଗତ ଜୁନ ମାସ ୩ତାରିଖରେ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସାମାଜିକ ଗଣମାଧ୍ୟମ ଯୋଗେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କାକଟପୁର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କୌଳାସ ଚନ୍ଦ୍ର ନାୟକଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପତ୍ର ସଂଖ୍ୟା - ୨୧୬୭,ତା ୨:୦୭:୨୦୨୪ରେ ବୃଦ୍ଧା ତାରାମଣି ସ୍ବାଇଁ କିଭଳି ପୋଷ୍ଟାଲ ମତଦାନରୁ ବଂଚିତ ହେଲେ ତାହାର ସ୍ପଷ୍ଟୀକରଣ ରଖିବା ପାଇଁ କାକଟପୁର ବ୍ଲକ ବିଡିଓ ବିଷ୍ଣୁ ଗୋବିନ୍ଦଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମାତ୍ର କାକଟପୁର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣ ଅଫିସର ବ୍ଲକ ବିଡିଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବାର ୬୦ଦିନ ବିତିଗଲାଣି। ଏଯାବତ କାକଟପୁର ବ୍ଲକ ବିଡିଓ ବିଷ୍ଣୁ ଗୋବିନ୍ଦ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବାଙ୍ଗୁରିଗାଁ ରାଜସ୍ବ ନିରୀକ୍ଷକ ଅଭୟ କୁମାର ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଜିଲ୍ଲା ନିର୍ବାଚନ କାର୍ଯ୍ୟଳୟ ପକ୍ଷରୁ ମଗା ଯାଇଥିବା ସ୍ପଷ୍ଟୀକରଣର ଜବାବ ଦାଖଲ କରି ନ ଥିବା ଜଣାପଡ଼ିଛି। ସ୍ବାଇଁଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସୋମବାର ରେଜେଷ୍ଟ୍ରି ଓ ଏଡି ମାଧ୍ୟମରେ ସ୍ଵାଇଁ ଜିଲ୍ଲାପାଳ ତଥା ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ୧୦ ଦିନ ମଧ୍ୟରେ ତାଙ୍କୁ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି ଅଭିଯୋଗକାରି ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି। କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୫/୯/୨୦୨୪----୮,୪୫ Sakhigopal News, 5/9/2024