ପାଣିରେ ପଡି ଯୁବକଙ୍କର ମୃତ୍ୟୁ
ସାକ୍ଷୀଗୋପାଳ (ଅମୃତ ମିଡିଆ ) ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁକେରା ଗ୍ରାମର କୃଷ୍ଣଚନ୍ଦ୍ର ( କାବୁନା) ବିଶ୍ୱାଳ ନିଜଘର ପଛପଟ ପୋଖରୀରେ ପଡିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ସାକ୍ଷୀଗୋପାଳ ମେଡିକାଲକୁ ନିଆଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲେ । ପୁରୀ ସ୍ୱର୍ଗଦ୍ୱାରାରେ ଅନ୍ତିମ ସତ୍କାର କରାଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ସାକ୍ଷୀଗୋପାଳ ମେଡିକାଲରେ ଲୋକଙ୍କ ଗହଳି ଲାଗିଥିଲା । ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ ଶବ ସତ୍କାର ସମୟରେ ଉପସ୍ଥିତ ରହିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୯/୨୦୨୩---୮.୪୦ 692023