ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ସହିତ ସେବାୟତ ସଂଘର ବାର୍ଷିକ ଉତ୍ସବ ପାଳିତ
ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କର ଜନ୍ମାଷ୍ଟମୀ ପର୍ବ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ଭଣ୍ଡ ଧୂପ ପରେ ଅଧିବାସ ତା ପରେ ଦ୍ୱିପହର ଧୂପରେ ଠାକୁର ନୂତନ ବସ୍ତ୍ର , ଚନ୍ଦନ, ତୁଳସି ଲାଗି ହେବା ପରେ ଉପଚାର, ଆଳତି ହୋଇଥିଲା । ଗୋଧନବାହୁଡା ଭୋଗ ସଂଧ୍ୟା ଧୂପ, ବଡ ସିଂହାର ଧୂପ ପରେ ପୋଖରିଆ ( ରତ୍ନ ସିଂହାସନ )ତଳ ପୋଛା ଯିବା ପରେ ଭଦ୍ରମଣ୍ଡଳ ପଡିବା ପରେ ଶ୍ରୀକୃ୍ଷ୍ଣଙ୍କର ଜନ୍ମବିଧି ସେବାୟତ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଜନ୍ମବିଧି ପରେ ବସୁଦେବ ଜନ୍ମିତ ଶ୍ରୀକୃଷ୍ଣଙ୍କୁ ରୂପାର କୁଣ୍ଡରେ ବସାଇ ସୃୃଷ୍ଟି କରାଯାଇଥିବା ମନ୍ଦିର ବେଡା ପରିସରରେ କୃତିମ ଜମୁନା ନଦୀକୁ ଯିବା ସମୟରେ ପ୍ରସ୍ତୁତ କରାଯାଇଥିବା କାଳିନାଗ ଜନ୍ମିତ ପ୍ରଭୁ ଶ୍ରୀକୃ୍ଷ୍ଣଙ୍କୁ ବର୍ଷାରେ ଓଦା ନ ହେବା ପାଇଁ ଫେଣା ଟେକି ଯମନା ନଦୀ ପାର କରିଥିଲେ । ସେ ସମୟରେ ଯିବା ସମୟରେ ପହରା ଦେଉଥିବା ଉଗ୍ରସେନ ହାତରେ ଧରାପଡିବା ନୀତି କରାଯାଇଥିଲା । ସେ ନୀତିକାନ୍ତ ସରିବା ପରେ ଠାକୁର କ୍ଷୀରପାନ କଣ୍ଣବୋଧ ସରିବା ପରେ ଦୋଳିରେ ଝୁଲିଥିଲେ । ଠାକୁରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ୧୦୮ଟି କୋରା ଭୋଗ ଲାଗି କରାଯିବାର ପରମ୍ପରା ରହିଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀ ଙ୍କ ତତ୍ୱବଧାନରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ଗୁରୁବ୍ରାର ଦିନ ନନ୍ଦଉତ୍ସବ ପାଳନ କରାଯିବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ପକ୍ଷରୁ ସିଂହଦ୍ୱାର ନିକଟରେ ୩ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ଶ୍ରୀକୃଷ୍ଣଙ୍କର ଜନ୍ମ ପର୍ବ ପାଳନ କରାଯାଇଥିଲା । ମଙ୍ଗଳବାର ଦିନ ଶ୍ରୀକୃ୍ଷ୍ଣଙ୍କ ଜନ୍ମ ଉତ୍ସବକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ଭାବେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଙ୍କ ସହିତ ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ସହିତ ସେବାୟତ ସଂଘର ସଭାପତି ସଭାପତି ଶ୍ରୀବତ୍ସ ମହାପାତ୍ର , ସମ୍ପାଦକ ବିଜୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ଶ୍ରୀକୃଷ୍ଣ ଜନ୍ମ ଉତ୍ସବକୁ ଉଦଘାଟନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶ୍ରୀକୃ୍ଷ୍ଣ ଓ ରାଧା ବେଶ ପ୍ରତିଯୋଗିତା ସହିତ ନାଚଗୀତ ପରିବେଷଣ କରାଯାଇଥିଲା । ଦୁତୀୟ ସଂଧ୍ୟାରେ ଅନୁଷ୍ଠିତ ସେବାୟତ ସଂଘର ବାଷିର୍କ ଉତ୍ସବରେ ସେବାୟତ ସଂଘର ସମ୍ପାଦକ ବିଜୟ କୁମାର ନନ୍ଦ ବାର୍ଷିକ ବିବରଣି ପାଡ କରିଥିଷଲ । ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସହିତ ଏହାର ଚତୁପାଶ୍ୱର୍ ଉନ୍ନତି କରଣ ବହୁ ଶିଘ୍ର କରାଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡ, ସମାଜସେବୀ ଧୀରେନ୍ଦ୍ର କୁମାର ଜେନା ଓଷ୍ଟାଲିନ ପରିଜା ପ୍ରମୁଖ ଯୋଗ ଦେଇ ବରିଷ୍ଠ ସେବାୟତ, ଯୁବ ସେବାୟତଙ୍କ ସହିତ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେବାୟତ ସଂଘ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନସମାରୋହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା । ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର , ସମ୍ପାଦକ ବିଜୟ କୁମାର ନନ୍ଦ ଓ ଅନ୍ୟ କର୍ମକର୍ତ୍ତା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ସଂଯୋଜନା କରିଥିଲେ ଆଇନଜୀବୀ ଅଞ୍ଜନ କୁମାର ହୋତା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୯/୨୦୨୩---୮.୪୦ Sakhigopal News, 6/9/2023