ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରରେ ପିଟିସିସିର ନୂତନ କାର୍ଯ୍ୟକର୍ତ୍ତା ଚୟନ
ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲରେ ପି.ଟି.ସି.ସି. ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ନୂତନ ଓ ପୁରାତନ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ପିଟିସିସି ସଦସ୍ୟ ମାନଙ୍କ ମଧ୍ୟରେ ନୂତନ ସଭାପତି ମନୋନୟନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଦଶମ ଶ୍ରେଣୀର ଛାତ୍ର ଶ୍ରୀତମ ପ୍ରଧାନଙ୍କ ପିତା ଶ୍ରୀ ଦଣ୍ଡପାଣି ପ୍ରଧାନ ପିଟିସିସି ର ନୂତନ ସଭାପତି ଭାବେ ମନୋନୀତ ହୋଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବ ନିର୍ବାଚିତ ସଭାପତିଙ୍କୁ ସ୍ବାଗତ କରିଥିଲେ । ନବ ନିର୍ବାଚିତ ସଭାପତି ଓ ଗୃହ ସମ୍ମୁଖରେ ପିଟିସିସି ଗଠନର ପ୍ରୟୋଜନ ଓ ବିଦ୍ୟାଳୟ ପ୍ରତି ସେମାନଙ୍କର ଭୂମିକା ସମ୍ପର୍କରେ ପ୍ରଧାନ ଶିକ୍ଷକ ଗୃହକୁ ଅବଗତ କରାଇଥିଲେ। ପରେପରେ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ରେଜଲ୍ଟର ଆନାଲିସିସ୍ ରିପୋର୍ଟ କୁ ପ୍ରଧାନ ଶିକ୍ଷକ ଉପସ୍ଥାପନ କରିଥିଲେ । ବିଦ୍ୟାଳୟ ର ଉନ୍ନତି ପାଇଁ ନୂତନ ପ୍ରସ୍ତାବ ଗ୍ରହଣ କରାଯାଇ ଏହି କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ମମୀତା ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୩----୯,୪୫ Sakhigopal News,6/9/2023