Breaking News

କଂଗ୍ରେସ ଦଳର ସାଂଗଠନିକ ବୈଠକ

 
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ସଞ୍ଜୟ କୁମାର ନନ୍ଦଙ୍କ ଆହ୍ବାନ କ୍ରମେ କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ନେତା ଜାପାନୀ ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ତଥା ପିସିସି ସଭ୍ୟ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ କଂଗ୍ରେସ ସଂଗଠନ ବିଷୟରେ ଅଧିକ ସୂଚନା ଓ  ବିସ୍ତୃତ ଭାବରେ ଆଲୋଚନା କରିବା ସହ ବିଜେଡି ଓ ବିଜେପି ସରକାରଙ୍କ ପକ୍ଷରୁ ହେଉ ଥିବା ଦୁର୍ନୀତି, ପିସି କାରବାର ଓ ନିମ୍ନ ମାନର କାମକୁ ଭର୍ସନା କରିଥିଲେ। ଏହି ସମୟରେ କଂଗ୍ରେସ ର ଶରତ ସରାଫ, ତାରାଚାନ୍ଦ ସାଥୁଆ, ରାମକୃଷ୍ଣ ବାରିକ, ସଞ୍ଜୟ ସାହୁ, ଭିମ ଭୋଇ, ସହଦେବ ମେହେର,ଅନନ୍ତ ପାତ୍ର,ଅଶୋକ କର ସମେତ ବ୍ଲକ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ଭାବେ ମାଧବ ସାହୁ, ଗୋବିନ୍ଦ ସାହୁ, ଦୋଳଗୋବିନ୍ଦ ବେହେରା ଯୋଗଦେଇ ଥିଲେ। ପରିଶେଷରେ ରମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୯/୨୦୨୩--୧୦,୧୦ Sakhigopal News,4/9/2023

Blog Archive

Popular Posts