ଲୋକସାହିତ୍ୟ ଲୋକଜୀବନର ଉଦଗାର: ଲରମ୍ଭାରେ ଆୟୋଜିତ ହେଲା ଜାତୀୟ ସମ୍ପାନ
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ 'ଓଡିଆ ଲୋକସାହିତ୍ୟ' ବିଷୟକୁ ନେଇ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସଭାପତିତ୍ବ କରିଥିଲେ । ମୁଖ୍ୟଅତିଥି ଡଃ ନୃପରାଜ ସାହୁ କୁଳସଚିବ ସମ୍ବଲପୁର ବିଶ୍ବବିଦ୍ୟାଳୟ ବୁର୍ଲା, ସମ୍ମାନିତ ଅତିଥି ଡଃ ଶରତ କୁମାର ଜେନା ଓଡିଆ ସହକାରୀ ପ୍ରାଧ୍ୟାପକ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ଶାନ୍ତିନିକେତନ, ଡଃ ହରିହର ପ୍ରଧାନ ବିଭାଗ ମୁଖ୍ୟ ଓଡିଆ ବିଭାଗ କୋହ୍ଲଣ ବିଶ୍ବବିଦ୍ୟାଳୟ ଚାଇଁବସା ,ଝାଡଖଣ୍ଡ ଡଃ ରଘୁନାଥ ମେହେର ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ଯୋଗ ଦେଇଥିଲେ । ପ୍ରଥମେ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ବ୍ରଜମୋହନ ପଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଥିଲା। ବିଭାଗର ମୁଖ୍ୟ ଡଃ ଶାନ୍ତିଲତା ବାରିକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡଃ ଅଜିତ କୁମାର ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୈଠକର ଦ୍ବିତୀୟ ଅଧିବେଶନରେ ଡଃ ରଘୁନାଥ ମେହେରଙ୍କ ସଭାପତିତ୍ବରେ ଓଡିଆ ଲୋକସାହିତ୍ୟ ର ବିଭିନ୍ନ ଦିଗ ଉପରେ ଭିତ୍ତି ପ୍ରବନ୍ଧ ପାଠ କରାଯାଇଥିଲା । ଏଥିରେ ବିଭିନ୍ନ କଲେଜରୁ ଆସିଥିବା ଅଧ୍ୟାପକ,ଅଧ୍ୟାପିକା ,ଗବେଷକ ମାନେ ନିଜର ପ୍ରବନ୍ଧ ପାଠ କରିଥିଲେ । ଏ ଉପରେ ଆଲୋଚକ ମାନେ ଲୋକସଂସ୍କୃତି କିପରି ଲୋକଜୀବନର ଅବିଚ୍ଛେଦ ଅଙ୍ଗ ଓ ଲୋକଜୀବନରେ ଏହାର ଆଭିମୁଖ୍ୟ କ'ଣ ସେ ଉପରେ ମତାମତ ରଖିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇ ଶେଷରେ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଡଃ ରଂଜିତ ପଧାନ ଅଧ୍ୟାପିକା ଯଶୋବନ୍ତୀ ସା , ଅଧ୍ୟାପକ ଚୂଳରାଜ ମେହେର ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୯/୨୦୨୩----୧୦,୪୫ Sakhigopal News,4/9/2023