ବିଜ୍ଞାନ ଭିତ୍ତିକ "ଜିଜ୍ଞାସା" ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବରଗଡ଼ ---- ବରଗଡ ଜିଲ୍ଲା ରେମଣ୍ଡା ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଭିତ୍ତିକ "ଜିଜ୍ଞାସା" କ୍ଲବ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଭେଡେନ ବ୍ଲକ ଓ ଅତାବିରା ବ୍ଲକ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭ ରେ ରେମଣ୍ଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଶୋବନ୍ତ ମେହେର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପ୍ରଶିକ୍ଷକ ରୁପେ ଲସ୍ତଲା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ର ବୈଲୋଚନ ପଧାନ ଓ ଗଣ୍ଡତୁରୁମ ଉଚ୍ଚ ବିଦ୍ୟାଳୟ ଚୌଳଗଙ୍ଗଦେବ ମେହେର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ସମୟରେ ଭେଡେନ ବ୍ଲକ ବିଜ୍ଞାନ ସଂଯୋଜକ ସଂଜୀବ କୁମାର ପ୍ରଧାନ ସଂଯୋଜନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୯/୨୦୨୩----୯,୪୫ Sakhigopal News,4/9/2023