ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୩୦ଲିଟର ଦେଶୀମଦ ଜବତ, ଦୁଇ ଗିରଫ
ଜଟଣୀ,-: ଜଟଣୀ ଅବକାରୀ ବିଭାଗ ପକ୍ଷରୁ ହରିଭାଇନା ଛକ ଓ କୁଦିଆରୀ ଅଞ୍ଚଳରେ ଚଢ଼ାଉ କରି ୩୦ଲିଟର ଆସ୍କା-୪୦ ମଦ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଘୋଡ଼ା ଧର୍ମଶାଳାର ଶ୍ରୀଧର ଆଚାର୍ଯ୍ୟ (୪୦) ଓ କୁଦିଆରୀର ଅକ୍ଷୟ ବେହେରା (୪୨)। ସେମାନଙ୍କ ନିକଟରୁ ୩୦ଲିଟର ମଦ ଜବତ କରିଛି ପୁଲିସ।
ସୂଚନଯୋଗ୍ୟ ଯେ ଜଟଣୀ ହରିଭାଇନା ଛକ ନିକଟରେ ଅଭିଯୁକ୍ତ ଶ୍ରୀଧର ଏକ ବ୍ୟାଗରେ ୧୫ଲିଟର ମଦ ଧରି ଗ୍ରାହକଙ୍କୁ ଅପେକ୍ଷା କରୁଥିବା ବେଳେ ଖବର ପାଇ ପୁଲିସ ଅତର୍କିତ ଚଢ଼ାଉ କରି ମଦ ସହ ବେପାରୀକୁ ଗିରଫ କରିଥିଲା। ସେହିପରି କୁଦିଆରୀ ରାସ୍ତାରେ ଅଭିଯୁକ୍ତ ଅକ୍ଷୟ ଏକ ଜରି ଆଖାରେ ୧୫ଲିଟର ମଦ ଧରି ଛିଡ଼ା ହୋଇଥିବା ବେଳେ ପୁଲିସ କାବୁ କରିଥିଲା। ଏ ନେଇ ଥାନାରେ କେସ ନଂ ୫୬/୨୩ ଓ ୫୬/୨୩ ରେ ଦୁଇଟି ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆଲୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୯/୨୦୨୩----୮,୫୫ Sakhigopal News,6/9/2023