Breaking News

ଡିଏଭି ପିଟି.ଏସ୍ .ଆର୍. ପବ୍ଲିକ ସ୍କୁଲରେ ‘ଜନ୍ମାଷ୍ଟମୀ’ପାଳନ



ଭଞ୍ଜନଗର-- ଡିଏଭି ପିଟି.ଏସ. ଆର ପବ୍ଲିକ୍ ସ୍କୁଲ ପରିସରରେ‘ଜନ୍ମାଷ୍ଟମୀ’ଉତ୍ସବ ପାଳନ କରାଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏଲ କେ ଜି ଶ୍ରେଣୀଠାରୁ ଆରମ୍ଭ କରି ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ବିଭିନ୍ନ ତଥା ରାଧା ଓ କୃଷ୍ଣବେଶ ଧାରଣ କରି ଆସିଥିଲେ ।ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀବାଳା ପଣ୍ଡା ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରଧାନଶିକ୍ଷକ ଏହି ପର୍ବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ  କୁନି କୁନି ପିଲାଙ୍କୁ ବୁଝାଇଥିଲେ । ଶିକ୍ଷାର୍ଥୀଙ୍କଦ୍ଵାରା ବିଭିନ୍ନ ନାଚ ସଙ୍ଗୀତର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନାଚି ହସଖୁସିରେ ମିଠା ଖାଇ ଗୃହକୁ ଫେରିଥିଲେ ।ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ମନୋରଞ୍ଜନ ଭିତ୍ତିକ ହୋଇପାରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୬/୯/୨୦୨୩----୮,୫୦  Sakhigopal News,6/9/2023

Blog Archive

Popular Posts