Breaking News

ଜଟଣୀବ୍ଲକରେ ସିଡିପିଓ ଭାବେ ନିଯୁକ୍ତ ହେଲେ ସଞ୍ଜୁଲତା ନାୟକ



ଜଟଣୀ,-: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜି ଜଟଣୀ ବ୍ଲକରେ ସିଡିପିଓ ଦାୟିତ୍ୱ ଗ୍ରହଣ କରିଛନ୍ତି ସଞ୍ଜୁଲତା ନାୟକ। ଗତ ଜୁନ ୩୦ ତାରିଖରେ ବନ୍ଦନା କୁମାରୀ ଦେବୀ ଅବସର ଗ୍ରହଣ କରିବା ପରେ ବିଡ଼ିଓ ସରୋଜ କୁମାର ରାଉତଏହି  ଦାୟିତ୍ୱରେ ରହିଥିଲେ। ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ଦାୟିତ୍ୱ ତୁଲାଉ ଥିବା ବେଳେ ସିଡିପିଓ ଦାୟିତ୍ୱ ଏକ ପ୍ରକାର ସମସ୍ୟା ସୃଷ୍ଟି ହେଉଥିଲା ।  ନୂତନ ଭାବେ ସଞ୍ଜୁଲତା ସିଡିପିଓ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଦାୟିତ୍ୱ ଗ୍ରହଣ ସମୟରେ ମିଶନ ଶକ୍ତିର ବିପିସି ସନ୍ତୋଷ କୁମାର ଦାଶ,ବିପିଏ ଦୀପକ କୁମାର ସାହୁ, ବିଏଲଏଫ ବିଦ୍ୟୁଲତା ବେହେରା, କାଦମ୍ବିନୀ ମହାନ୍ତି, ମମତା ମହାପାତ୍ର, ମମତା ଭୂୟାଁ, ଏମବିକେର ସୁଧାଂଶୁବାଳା ଦାସ, ସିଆରପିର ପ୍ରଭାତୀ ମିଶ୍ର, ବାସନ୍ତୀ ମାଝୀ, ମଧୁମିତା ନିଷଙ୍କ, ସ୍ବତୀସ୍ମିତା ପ୍ରଧାନ, ସବିତା ସେଠି, ସୁମିତ୍ରା ସିଂହଙ୍କ ସହିତ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୬/୯/୨୦୨୩---୮,୫୫ Sakhigopal News,6/9/2023

Blog Archive

Popular Posts