ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ବର୍ଷାଜଳ ଓଡ଼ଗାଁ ଏନ୍ଏସି ବିକାଶ ଖାଲି କଥାରେ
ଓଡ଼ଗାଁ:- ରାଜ୍ୟ ରାଜପଥ ଉପରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ବର୍ଷାଜଳ ଲହଡି ମାରୁଛି। କିନ୍ତୁ ଉଭୟ ଲୋକପ୍ରତିନିଧି, ବ୍ଳକ, ଏନ୍ଏସି ଓ ପୂର୍ତ୍ତ ବିଭାଗ ଏଥିପ୍ରତି କୌଣସି ଦ୍ରୁଷ୍ଟି ଦେଉନାହାନ୍ତି। ଓଡ଼ଗାଁ ଏନ୍ଏସି ର ଚୁଡାମିଲ୍ ଛକଠାରୁ ସିନେମାହଲ ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ନଷ୍ଟ ହୋଇସାରିଛି। ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ଫଳରେ ଏହି ରାସ୍ତା ଏବେ ଓଡ଼ଗାଁ ବିକାଶ କୁ କୁଠାରଘାତ କରୁଛି। ଏହାଛଡା ଚୁଡାମିଲ୍ ଛକଠାରୁ ସିନେମାହଲ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ଯ ବର୍ଷାରେ ରାସ୍ତା ଉପରେ ବର୍ଷାଜଳ ଜମି ରହୁଛି। ଏହି ପାର୍ଶରେ ବିଭିନ୍ନ ଜଳଖିଆ ଦୋକାନ ଆଦି ରହିଥିବାରୁ ବର୍ଷାଜଳ ଉପରେ ଯାନବାହାନ ଯାଇ ଗାଡି ଛିଟା ଜଳଖିଆ ଉପରେ ପଡୁଛି, ଏହା ସହ ଯାତାୟାତ ବାଧାପ୍ରାପ୍ତ ହେଉଛି। ଓଡ଼ଗାଁ ଏନ୍ଏସି ବିକାଶ ପଥେ ଆଗଉଥିବା ବିଧାୟକ ଅରୁଣ ସାହୁ କହୁଥିବା ବେଳେ ଏନ୍ଏସି ର ଏହି ଅବସ୍ଥା କୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି ତୁରନ୍ତ ଲୋକପ୍ରତିନିଧି, ଏନ୍ଏସି, ବ୍ଳକ,ପୂର୍ତ୍ତ ବିଭାଗ ଏହା ଉପରେ ନଜର ପକାଇବା ପାଇଁ ଦାବି କରିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨/୯/୨୦୨୩----୯,୧୦ Sakhigopal News,2/9/2023