ଜିଲ୍ଲା ସ୍ତରକୁ ଆଠଜଣ ହ୍ୟାଣ୍ଡବଲ ଖେଳାଳୀ ଚୟନ ହେଲେ
ସାକ୍ଷୀଗୋପାଳ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ହ୍ୟାଣ୍ଡବଲ ଖେଳାଳୀ ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ କ୍ରୀଡା ମଣ୍ଡଳ ସଭାପତି ତଥା ବ୍ଳକ ଶିକ୍ଷା ଅଧିକାରିଣି ଭବମ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୪୦ ଜଣ ୧୭ ବର୍ଷରୁ କମ ଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଆଠ ଜଣ ଛାତ୍ରଙ୍କୁ ଜିଲ୍ଲା ସ୍ତରରେ ଭାଗ ନେବାକୁ ଚୟନ କରାଯାଇଛି । ଲକ୍ଷ୍ମୀପ୍ରସାଦ ମିଶ୍ର, ଶ୍ରୀ ଲିଙ୍ଗରାଜ ସାହୁ, ଶ୍ରୀ ସୁରେଶ ସ୍ୱାଇଁ, ସଂଗ୍ରାମ ମହାନ୍ତି,ପୁଷ୍ପାଞ୍ଜଳି ଜେନା ଓ ମୌସୁମୀ ଦାସ ଶାରିରିକ ଶିକ୍ଷା ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଖେଳାଳୀ ଚୟନରେ ସହଯୋଗ କରିଥିଲେ । ସତ୍ୟବାଦୀ ଶିକ୍ଷା ମଣ୍ଡଳର ଗେମ ଆଣ୍ଡ ସ୍ପୋର୍ଟସର ସମ୍ପାଦକ ଶ୍ରୀ ସୁଚିତ୍ର ଖଟେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୯/୨୦୨୩---୮,୧୦ Sakhigopal News, 2/9/2023