ସାରସପାଲି ଠାରେ "ରକ୍ତଦାନ ଶିବିର ଅନୁଷ୍ଠିତ
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ସାରସପାଲି ଠାରେ "ରକ୍ତଦାନ ଜୀବନ ଦାନ " ଓଡିଶା ମୋ ପରିବାର ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ମୋ ପରିବାରର ସଂଯୋଜକ ଗୌରହରି ମିଶ୍ର ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ର ଉପାଧ୍ୟକ୍ଷ ଡୋଳାମଣି ଖେତି, ସମ୍ବଲପୁର ଜିଲ୍ଲା ସମବାୟ ସମିତି ଲି ସଭାପତି ନରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ, ସମିତି ସଭ୍ୟ ଚାଷୀଗିରି ନଈ, ରୁଷୁଡା ସରପଞ୍ଚ ସୁରେନ୍ଦ୍ର କର୍ମୀ ଭେଡେନ ବିଜୁଜନତା ଦଳର ସଭାପତି ହରିଶଙ୍କର ବେହେରା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବାଷ ହୋତା, ମୋହନ ଦୋରା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ସମୟରେ ସଂକ୍ରିଡା ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସାହୁ, ସଚିନ ପୁରୋହିତ,ସାନିପାନୀ ରାମକୃଷ୍ଣ, ମୋଟା ବାବୁ, ସୁରେନ୍ଦ୍ର କଠାର ସମେତ ସାରସପାଲି ଗ୍ରାମବାସୀ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୯/୨୦୨୩-----୯,୨୫ Sakhigopal News,2/9/2023