Breaking News

ଗୁରୁ ଦିବସରେ ଓଡିଆ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭଚୁଆଲ ମାଧ୍ୟମରେ ଉଦବୋଧନ ; ଅସ୍ଥାୟୀ କ୍ଳାସରୁମରେ ସ୍ନାତକୋତ୍ତର ଓଡିଆ ପାଠ୍ୟକ୍ରମର ଶୁଭାରମ୍ଭ



ସାକ୍ଷୀଗୋପାଳ---- ପବିତ୍ର ଗୁରୁ ଦିବସରେ ଓଡିଆ ବିଶ୍ୱ ବିଦ୍ୟାଳୟର ସ୍ନାତକୋଶର ଓଡିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସାକ୍ଷୀଗୋପାଳ ସ୍ଥିତ ଦୋଳବେଦୀ ନିକଟରେ ଥିବା ପାନ୍ଥନିବାସରେ ଅସ୍ଥାୟୀ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ସହିତ କ୍ଳାସରୁମ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍‌ାୀ ଅତୁନ ସବ୍ୟସାଚୀ ନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,  ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ଡ.ସବିତା ପ୍ରଧାନ, ଓଡିଆ ବିଶ୍ୱବିଦ୍ୟାୟର ସ୍ୱତନ୍ତ କୁଳସଚ୍ଚିବ ରମାକାନ୍ତ ନାୟକଙ୍କ ସହିତ ରେଜିଷ୍ଠାର ରଶ୍ମିରେଖା ଦାଶ ପ୍ରମୁଖ ଉପସ୍ଥିତିରେ ଓଡିଆ ବିଶ୍ୱବିଦ୍ୟାଳୟର ଓଡିଆ ପାଠ୍ୟକ୍ରମର ଶୁଭାରମ୍ବ ହୋଇଯାଇଛି ।  ପ୍ରଥମେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମନ୍ତ୍ରୀ ଡ, ନାୟକ କହିଥିଲେ ସାରା ଓଡିଶାର ପୁଣ୍ୟକ୍ଷେତ୍ର ହେଉଛି ସାକ୍ଷୀଗେ।।ପଳ । କାରଣ ଏଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଯେଉଁ ସ୍ୱପ୍ନ ଦେଖିଥଲେ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସଠିକ ନିସ୍ପତି ନେଇଥିଲେ । ସେହି ପବିତ୍ର ମାଟି ତଥା ବକୁଳବନକୁ ଲାଗି ଥିବା ଜମିରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ନିସ୍ପତି ନେଇଥିଲେ । ତାଙ୍କ କଥା ଅନୁସାରେ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଶିକ୍ଷା ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ ଯେପରି ପିଲା ମାନଙ୍କର ଗୋଟିଏ ଦିନ ପାଠ ପଡା ନଷ୍ଟ ନ ହୁଏ । ତାହାକୁ ନଜର କରି ଏହି ଅସ୍ଥାୟୀ ଘରେ ଓଡିଆ ବିଶ୍ୱବିଦ୍ୟାଳୟ କରାଯାଇଛି । ପକୃତ ପକ୍ଷେ ଓଡିଆ ବିଶ୍ୱବିଦ୍ୟାଳୟ କାମ ସରିବା ବେଳକୁ ଆଉ ତିନି ମାସ ଲାଗିଯିବ । କାମ ସରିଲେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ମନ୍ତ୍ରୀ କହିଥିଲେ । ସେହିପରି ସ୍ଥାନୀୟ ବିଧାୟକ କହିଥିଲେ ଏ ମାଟିର ମହଳ ରହିଛି, ଏ ମାଠି ପୁଣ୍ୟ ମାଟି, ଯେଉଁଠି ପଞ୍ଚସଖା ନିର୍ମାଣ କରିଥିଲେ ମଣିଷ କିଆରି କାରଖାନା, ତଥା ବନ ବିଦ୍ୟାଳୟ  ସେଠାରେ ଆଜି ପ୍ରତିଷ୍ଠା ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ । ଏଥିପାଇଁ ମୁଖ୍ୟମନ୍ତୀଙ୍କ ସହିତ ୫ଟି ସଚ୍ଚିବଙ୍କୁ ସାଧୁବାଦ ଜଣାଇଥିଲେ । ଭାଗ୍ୟ ଅକାଶରେ ପ୍ରଥମ ଦିବସରେ ଓଡିଆ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କଥା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ତାଙ୍କ ଅଭିଭାଷଣରେ କହିଥିଲେ ପ୍ରଥମେ ସେ ମୁଖ୍ୟମନ୍ତୀଙ୍କୁ ସାଧୁବାଦ ଜଣାଇବା ସହ ଆଜିର ଦିନରେ ଓଡିଆ ଭାଷା ପ୍ରତି ପିଲାଙ୍କ ମନ ଯେପରି ଆଗ୍ରହ ପ୍ରକାଶ ପାଇବ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି ।  ଅନୁଷ୍ଠିତ ସଭାରେ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ସଭାପତିତ୍ୱ କରିଥିବା ବେଳେ ରେଜିଷ୍ଟାର ରଶ୍ମିରେଖା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶାତ୍ମାତକ ସଂଗୀତ ଗାନ କରିଥିଲେ । ଓଡିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନନ୍ତ କିଶୋର ଜେନା ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ,  ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସଙ୍କ ସହିତ ଓଡିଆ ବିଶ୍ୱିଦ୍ୟାଳୟର କର୍ମଚାରୀ ଶ୍ରୀତାଶୁଂ ମହାପାତ୍ର, ପ୍ରକାଶ ଚନ୍ଦ୍ର ଗେଯଡୁ ଓ ଅନ୍ୟ କର୍ମାଚରୀଙ୍କ ସହିତ ସତ୍ୟବାଦୀର ବହୁ ବୁଦ୍ଧିଜୀବୀ ଓ ଓଡିଆ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ସମସ୍ତ ଛାତ୍ର ଛାତ୍ରୀ ଓ ପ୍ରଫେସର, ରିଡର, ଅଧ୍ୟାପକମାନେ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୯/୨୦୨୩---୧୧,୨୦    Sakhigopal News, 6/9/2023

Blog Archive

Popular Posts