Breaking News

ବାଙ୍କୀ ମହୋତ୍ସବ ପକ୍ଷରୁ କେନ୍ଦ୍ରବାଙ୍କୀ ସାଂସ୍କୃତିକ ସମ୍ମିଳନୀ ଅନୁଷ୍ଠିତ



ଡମପଡ଼ା, ବାଙ୍କୀ ---  ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଠାରେ ବାଙ୍କୀ ମହୋତ୍ସବ ସମ୍ପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମହୋତ୍ସବର କେନ୍ଦ୍ର ସାଂସ୍କୃତିକ ସମ୍ମିଳନୀ ପାଳିତ ହୋଇଯାଇଛି । ବାଙ୍କୀ ତହସିଲଦାର ଶ୍ରୀମତୀ ପ୍ରଜ୍ଞାପାରମିତା ପୃଷ୍ଟି , ଉପଖଣ୍ଡ ପୋଲିସ୍ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ବାଙ୍କୀ କଚେରୀ ଶାଖାର ଓମ୍ ଶାନ୍ତିର ଗୌରୀ ଦେବୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବାଙ୍କୀର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ମହୋତ୍ସବର ଉପସଭାପତି ସନ୍ତୋଷ କୁମାର ରଣା, ସନାତନ ବେହେରା, ସୌମେନ୍ଦ୍ର ମିଶ୍ର, ସଂପାଦକ ଶ୍ରୀନିବାସ ବେହେରା ପ୍ରମୁଖ ଯୋଗଦାନ କରି ବାଙ୍କୀ ମହୋତ୍ସବର ସଫଳତା ନିମନ୍ତେ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଶତାଧିକ ଛାତ୍ରଛାତ୍ରୀ  ବକ୍ତୃତା , ସଂଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଇଥିଲେ । ବିଚାରପତି ଭାବରେ ଜ୍ଞାନେନ୍ଦ୍ର ମୋହନ ମିଶ୍ର,  ସୁରେଶ ଚନ୍ଦ୍ର ସାହୁ, ଭଗବାନ ସାମଲ, ଦେବୀଦତ୍ତ ବିଭୂତିରାୟ, ଅନନ୍ତ ରଣା, ସ୍ୱସ୍ତି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ମାନସ ନନ୍ଦ, ଜନ୍ମେଜୟ ପ୍ରକାଶ ଭୋଳ, ଅମୂଲ୍ୟବାଳା ପଟ୍ଟନାୟକ କାର୍ଯ୍ୟକରିଥିଲେ । । ବକ୍ତୃତା ପତ୍ରିଯୋଗିତାରେ ଆୟାସା ପ୍ରଧାନ ପ୍ରଥମ, ଅମ୍ରିତା ନାୟକ ଦ୍ୱିତୀୟ, ମଧୁସ୍ମିତା ନାୟକ ତୃତୀୟ, ସଂଗୀତରେ ସୌମ୍ୟରଞ୍ଜନ ବେହେରା ପ୍ରଥମ, ଶୁଭଶ୍ରୀ ମହାପାତ୍ର ଦ୍ୱିତୀୟ, ବିଷ୍ଣୁପ୍ରିୟା ଜେନା ତୃତୀୟ, ଚିତ୍ରାଙ୍କନରେ ଲୋପାମୁଦ୍ରା ସାହୁ ପ୍ରଥମ, ରାହୁଲ ମହାପାତ୍ର ଦ୍ୱିତୀୟ, ଅନ୍ୱେଷା ଦାଶ ତୃତୀୟ ଏବଂ ପ୍ରବନ୍ଧରେ ଆଶୁତୋଷ ତ୍ରିପାଠୀ ପ୍ରଥମ, ଶ୍ରୀମୟୀ ବେହେରା ଦ୍ୱିତୀୟ, ଅରୂପ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସଂଯୋଜକ ବଳଭଦ୍ର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାନସ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୬/୯/୨୦୨୩----୮,୫୫ Sakhigopal News,6/9/2023

Blog Archive

Popular Posts