Breaking News

ଗୁରୁଦିବସରେ ଗୁରୁ ଚଳୁ କଲେ ପିଲାଙ୍କ ଖାଦ୍ୟ

 ବାଙ୍କୀ, କଟକ ----
 ସରକାରୀ ବିଦ୍ୟାଳୟ ପ୍ରତି ପିଲାମାନଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସେଥି ମଧ୍ୟରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅନ୍ଯତମ । ଉଦ୍ଦେଶ୍ୟ ପିଲାମାନଙ୍କୁ ଅପପୃଷ୍ଟିରୁ ରକ୍ଷା କରିବା ସହିତ ବିଦ୍ୟାଳୟ ପ୍ରତି ଆଗ୍ରହ ବୃଦ୍ଧି କରିବା ।  ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ କେତେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ । କୁନିକୁନି ପିଲାମାନଙ୍କୁ ଓପାସ ରଖି ନିଜ ପେଟରେ ପକାଉଛନ୍ତି ଏହି ଅର୍ଥକୁ। ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲାର ଉମପଡା ବ୍ଲକ ଶିକ୍ଷା କାର୍ଯ୍ଯାଳୟ ଅନ୍ତର୍ଗତ ବାଙ୍କୀ ଏନ.ଏ.ସି.  ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଶିଶୁଆରେ । ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନଦେଇ ନିଜେ କରିଛନ୍ତି ଆତ୍ମସାତ । ସରକାରଙ୍କ ନିୟମ ସବୁ ପାଳନ ଦିବସରେ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସ୍ପଷ୍ଟ ସରକାରୀ ନିର୍ଦ୍ଦେଶ ରହିଛି ।  ସରକାରୀ ଆଇନକୁ ଫୁ କରି ଉଡାଇ ଦେଇଛନ୍ତି ବିଦ୍ଯାଳୟ ର ପ୍ରଧାନ ଶିକ୍ଷୟିତ୍ରୀ। ଏହାକୁ ନିଜେ ସ୍ବୀକାର ମଧ୍ୟ କରୁଛନ୍ତି । ଗୁରୁଦିବସ ପାଳନ ବେଳେ ପିଲାଙ୍କୁ ମିଠାଇ ଦେଇ ଘରକୁ ଛାଡିଛନ୍ତି ଶ୍ରୀମତୀ ଦାସ । ମଧ୍ୟାହ୍ନ ଭୋଜନ ଆଦୌ ରୋଷେଇ ହୋଇ ନାହିଁ ।  ମଧ୍ୟାହ୍ନ ରୋଷେଇ କରି ନଥିବା କଥା ସେ ମହାଶୟା ଫୋନରେ  ସ୍ବୀକାର କରିଛନ୍ତି  ଆମ ପ୍ରତିନିଧିଙ୍କ ପାଖରେ ପ୍ରମାଣ ରହିଛି। ଏ ବିଷୟରେ ଆମ ପ୍ରତିନିଧି ବ୍ଲକର ମଧ୍ୟାହ୍ନ ଦାୟିତ୍ବରେ ଥିବା ଏ.ବି.ଇ .ଓ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ । ସେ ମହାଶୟ ଏହା ଏକ ଅପରାଧ ଓ ବେଆଇନ ବୋଲି କହୁଥିବା ବେଳେ , ବି.ଇ.ଓ ନରେନ୍ଦ୍ର କୁମାର ବେହେରା ଗୁରୁ ଦିବସରେ ମଧ୍ୟାହ୍ନ ଭୋଜନ ଦିଆଯାଏ କି ନାହିଁ ବୁଝିଲେ କହିବି କହୁଛନ୍ତି । ପୁଣ ଯଦି ଦିଆଯାଇନାହିଁ ,ତାହେଲେ ତାଙ୍କୁ ପଇସା ଦେଇଦେବେ । ଏଠି ପ୍ରଶ୍ନ ଉଠୁଛି ବି.ଇ.ଓ ନରେନ୍ଦ୍ର କୁମାର ବେହେରା , ଉଚ୍ଚ ଅଧିକାରୀ ହୋଇ ଯଦି ସରକାରୀ ନିୟମକୁ ଖାମଖିଆଲ ଭାବୁଛନ୍ତି ।   ସବୁ ପାଳନ ଦିବସରେ ପ୍ରଧାନ  ଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ଏହିପରି କରୁଥିବା ସମୟରେ , କେତେଥର ପଇସା ଦେଇଛନ୍ତି ପିଲାଙ୍କୁ ?।  ପ୍ରଧାନ  ଶିକ୍ଷୟିତ୍ରୀ କୁଆଡେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦେଉଛନ୍ତି ପିଲାମାନଙ୍କୁ ଅଭିଯୋଗ ହେଉଛି। ଫଳରେ ପିଲାମାନେ ପେଟପୁରା ଖାଉ ନାହାଁନ୍ତି ।  ଅଧିକାରୀଙ୍କ ଅଫିସ ପାଖରେ ବିଦ୍ୟାଳୟ ,ତଥାପି ସେଠି କ'ଣ ହେଉଛି ସେ ମହାଶୟ କିଛି ଜାଣୁ ନାହାଁନ୍ତି କିପରି ? । ନା ଜାଣି ନ ଜାଣିବାର ଅଭିନୟ କରୁଛନ୍ତି । ଶୁଣିବାକୁ ମିଳୁଛି ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନରୁ ସିଂହ  ଭାଗ ନେଉଛନ୍ତି ବି.ଇ.ଓ ମହାଶୟ । ତାପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପେଟରୁ ଯାହା ବଳିଲା , ସେଥିରେ ହେଉଛି ବିଦ୍ୟାଳୟ ଉନ୍ନତି ।  ବାକି ରହିଲା ପ୍ରଧାନ ଶିକ୍ଷୟିତ୍ରୀ  ମଧ୍ୟାହ୍ନ ଭୋଜନ ଆତ୍ମସାତ କରିଥିବା ନିଜେ ସ୍ବୀକାର କରୁଥିବା ବେଳେ ବି.ଇ.ଓ  ଶ୍ରୀ ବେହେରା କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ପାଇଁ ରହିଲା? । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ, ସାକ୍ଷୀଗୋପାଳ ,୬/୯/୨୦୨୩----୮,୦୦ Sakhigopal News 6/9/2023

Blog Archive

Popular Posts