ବ୍ରଜମୋହନଙ୍କ ସ୍ବପ୍ନଥିଲା ପଲ୍ଲୀରେ ଶିକ୍ଷାର ବିକାଶ ହେଉ
ବରଗଡ଼ ---- ଲରମ୍ଭା ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ଅବସର ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ରବିନାରାୟଣ ପଣ୍ଡା , ସଭାପତି ମହାବିଦ୍ୟାଳୟ ପରିଚାଳନା କମିଟି, ମୁଖ୍ୟ ଅତିଥି ଶ୍ରୀମତୀ ରୀତା ସାହୁ ମାନ୍ୟବର ବୟନ ଶିଳ୍ପ ,ହସ୍ତତନ୍ତ ଓ ହସ୍ତକଳା ମନ୍ତ୍ରୀ ଓଡିଶା ସରକାର, ସମ୍ମାନିତ ଅତିଥି ଶ୍ରୀ ମତୀ ସ୍ନେହାଙ୍ଗିନୀ ଛୁରୀଆ ମାନ୍ୟବର ବିଧାୟିକା ଅତାବିରା, ମୁଖ୍ୟବକ୍ତା ଡଃ କୁମରବର ଦାଶ ପୂର୍ବତନ କୁଳପତି ଫକୀରମୋହନ ବିଶ୍ବ ବିଦ୍ୟାଳୟ ବାଲେଶ୍ବର , କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ , ପ୍ରାଧ୍ୟାପିକା ମିସ ଜୟକୁମାରୀ ମିଶ୍ର ମଂଚାସୀନ ରହିଥିଲେ । ପ୍ରଥମେ ଅବତରୀ ପୁରୁଷ ଶ୍ରୀକୃଷ୍ନ ଓ କଲେଜର ପ୍ରାଣ ପ୍ରତିଷ୍ଠାତା ବ୍ରଜମୋହନ ପଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବକ୍ତା ମାନେ ନିଜରଜ୍ର ବ୍ରଜମୋହନ ପଣ୍ଡାଙ୍କ କଲେଜ ପ୍ରତିଷ୍ଠା ସହ ଶ୍ରୀକୃଷ୍ନଙ୍କ ଅବତରୀ ରୂପର ତୁଳନାତ୍ମକ ଚିତ୍ରକୁ ଉପସ୍ଥାପନ କରିଥିଲେ । ବ୍ରଜମୋହନଙ୍କ ସ୍ବପ୍ନଥିଲା ପଲ୍ଳୀଶିକ୍ଷା ରେ ନାରୀ ଶିକ୍ଷାର ପ୍ରସାର ଯାହା ଆଜି ବାସ୍ତବରେ ପରିଣତ ହୋଇ ସୁଦୂର ପ୍ରସାରୀ ହୋଇପାରିଛି । ସେ ଉପରେ ବକ୍ତାମାନେ ନିଜର ମତ ଉପସ୍ଥାପନ କରିଥିଲେ । ଉଦଯାପନୀ ସଙ୍ଗୀତ ସମାପନ ପରେ ଆଧ୍ୟାପିକା ଡଃ ଶାନ୍ତିଲତା ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଡଃ ଅଜିତ କୁମାର ନାଥ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହାର ଦ୍ବିତୀୟ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଶେଷ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଡଃ ଦିଗମ୍ବର ଚାନ୍ଦ, ମନୋରଂଜନ ତ୍ରିପାଠୀ , ସିଦ୍ଧେଶ୍ବର ପ୍ରଧାନ, ପବିତ୍ର ମାହାଣା, ପ୍ରମୋଦ ଚନ୍ଦ୍ର ସେଠ ସମେତ ପୂର୍ବତନ ସମସ୍ତ ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ,ଲରମ୍ଭା ଅଂଚଳର ବୁଦ୍ଧିଜୀବୀ , ଶିକ୍ଷାପ୍ରେମୀ ଯୋଗଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୬/୯/୨୦୨୩---୯,୪୫ Sakhigopal News,6/9/2023