ଲାୟନ୍ସ କ୍ଲବ ଓ ଲିଓ କ୍ଲବ ୮ମ ନୂତନ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ୮( ଅଷ୍ଟମ) ନୂତନ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ସଂଯୋଜନା କରିଥିଲେ ଲାୟନ୍ସ ପ୍ରିୟା ଗୁପ୍ତା ଓ ଲାୟନ୍ସ ଶଙ୍କର ଲାଲ ଗୁପ୍ତା। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅମିୟ କୁମାର ମେହେର। ଏଥିରେ ମୁଖ୍ୟ ଅତିଥି ଭାବେ ପିଡିଜି ଲାୟନ୍ସ ଅଶୋକ କୁମାର ଜାଲାନ ସମ୍ମାନିତ ଅତିଥି ଭାବେ ଜିଏଲଟି ଲାୟନ୍ସ ଚରନଜିତ କୌର ହୁଦା, ଜିଇଟି ଲାୟନ୍ସ ମନୋଜ କୁମାର ଶର୍ମା, ରିଜୋନାଲ ଚେୟାରମ୍ୟାନ ଲାୟନ୍ସ ଦେବବ୍ରତ ରଥ, ବରଗଡ ଜୋନାଲ ଚେୟାରମ୍ଯାନ ଅମରଜିତ ସିଂ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ମୁଖ୍ୟଅତିଥି ପିଡିଜି ଲାୟନ୍ସ ଅଶୋକ କୁମାର ଜଲାନ ପଦ ଓ ଶପଥପାଠ ର ଗୋପନୀୟତା ପାଠ କରିଥିଲେ। ଏହି ସମୟରେ ଝରାପାଲି, ଅରଯୁଂଡା, ରେମଣ୍ଡା ବାଳକ ଓ ବାଳିକା,ବୁରଦା, ଭେଡେନ ବ୍ଲକ ର ଟପର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଭେଡେନ ଓ ଅତାବିରା ବ୍ଲକ ଝିଲିମିଣ୍ଡା ଓ ପତ୍ରାପାଲି ଉଚ୍ଚ ବିଦ୍ୟାଳୟର ୨୦୨୩ ମେଟ୍ରିକ ପରୀକ୍ଷାରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରାଷ୍ଟ୍ରୀୟ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଲତାଗିରି ନଈ ଓ ଗୁରୁଜୀ, ଗୁରୁମା ମାନେ ସହଯୋଗ କରିଥିଲେ। ଏହି ଉତ୍ସବରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ /ସଦସ୍ୟା, ଝରାପାଲି ମାର୍କେଟ ର ଜନସାଧାରଣ ସହଯୋଗ କରିଥିଲେ। ପରିଶେଷରେ ଲାୟନ୍ସ କ୍ଲବର ସଂପାଦକ ଲାୟନ୍ସ ଶିଶିର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୯/୨୦୨୩----୯,୪୫ Sakhigopal News,2/9/2023