ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା
କନ୍ଧମାଳ---- ବାଲିଗୁଡ଼ା: ଆଜି ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନମାନ ଦେଇ ସହର ପରିକ୍ରମା କରିଥିଲେ । ଏଥିରେ ବିଧାୟକ ଚକ୍ରମଣୀ କହଁର, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ଚିଣ୍ଟୁ ନାୟକ,ନଗର ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ଶତାଧିକ ଯୁବକ ସାମିଲ୍ ହୋଇଥିଲେ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼ିବା,ଏକ ସମୃଦ୍ଧ,ସଶକ୍ତ,ସ୍ଵାଭିମାନୀ "ନବୀନ ଓଡ଼ିଶା" ଗଢ଼ିବା ପାଇଁ ଆମେ ସଙ୍କଳ୍ପ ବଦ୍ଧ ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୫/୩/୨୦୨୩----୯,୧୦ Sakhigopal News,5/3/2023