Breaking News

ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ



ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଉପଖଣ୍ଡ କ୍ରୀଡ଼ା ସଂଘ, ବାଲିଗୁଡ଼ା ପକ୍ଷରୁ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।  ଉଦଘାଟନୀ ଉତ୍ସବରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଏସଡିପିଓ ରାକେଶ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୨ଟି ଟିମ୍ ଯଥା: ଭଞ୍ଜନଗର, ଗଜପତି, ବାରଖମା,ପାଣିଗଣ୍ଡା, ବ୍ରହ୍ମପୁର ପାଓ୍ବାର-୬,ଆଡ଼ବା ଷ୍ଟାର-୬, ଦାରିଙ୍ଗବାଡ଼ି,କଳିଙ୍ଗା,ରାଇକିଆ,ଓ୍ବାରିଅର-୬ ତୁମୁଡ଼ିବନ୍ଧ,କାରଗିଲ୍-୬ ବ୍ରହ୍ମପୁର,ଗୁମା-୬ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଉଦଘାଟନୀ ମ୍ୟାଚରେ ଭଞ୍ଚନଗର ଓ ଗଜପତି ମଧ୍ୟରେ ପ୍ରଥମ ମ୍ୟାଚ ଏବଂ ପାଣିଗଣ୍ଡା ଓ ବାରଖମା ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଉପଖଣ୍ଡ କ୍ରୀଡ଼ା ସଂଘର ସଭାପତି ତଥା ଉପଜିଲ୍ଲାପାଳ ଓ ଏସଡିପିଓ ଷ୍ଟାଡିୟମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ ଦିନ ୩ଟା ସମୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଉପଖଣ୍ଡ କ୍ରୀଡ଼ା ସଂଘ ସମ୍ପାଦକ ଡଃ.ଶୁଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ରେଫରି ଭାବେ ରଶ୍ମି ରଞ୍ଜନ ତ୍ରିପାଠୀ,ବୁଲୁ ସାହୁ,ରୁପକ ନାୟକ, ସୌମ୍ୟ ରଞ୍ଜନ ନାୟକ,ଦେବେନ୍ଦ୍ର ଦଣ୍ଡିଆ,ଉଦ୍ଧବ ଦିଗାଲ,ଭାଗବତ ପାଣ୍ଡେ (ସ୍କୋର ବୋର୍ଡ) ,ମାନସ ରଞ୍ଜନ ଅମାୟତ ଖେଳ ପରିଚାଳନା କରିଥିଲେ ।  ସଂଘର ସମସ୍ତ ସଦସ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ ୫/୪/୨୦୨୩---_୯,୧୫ Sakhigopal News,5/3/2023

Blog Archive

Popular Posts