
ସାକ୍ଷୀଗୋପାଳ---- ଜଗନ୍ନାଥ ଦର୍ଶନ କରିବା ପାଇଁ ପଶ୍ଚିମବଙ୍ଗରୁ ଏକ ପରିବାର ୱାଗନର ସିଏନଜି ଗାଡିରେ ଭୁବନେଶ୍ୱରରୁ -ପୁରୀ ବୁଲିବା ସହ ଜଗନ୍ନାଥଙ୍କୁ ଦେଖିବା ପାଇଁ ଆସୁଥିଲେ । ମାତ୍ର ସେମାନଙ୍କ ଭାଗ୍ୟରେ ଜଗନ୍ନାଥ ଦର୍ଶନ ବେଧେ ନାହିଁ । ଅଧା ବାଟରେ ଦୁର୍ଘଟଣା ଘଟିଲା । ସେମାନେ ଏବେ ଭୟଭୀତରେ ରହିଛନ୍ତି । ସେମାନେ ହେଲେ ସୋପନ ସରକାର, ସୋମରାୟ ସରକାର, ପ୍ରସଞ୍ଜିତ ରାୟ ରହିଥିବା ଜଣାପଡିଛି । କୌଣସି କାରଣରୁ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ଠାରୁ ଅଳ୍ପ ଦୁରରେଗାଡିଟି ରାସ୍ତା କରରେ ଥିବା ଏକ ବିଦ୍ୟୁତ ଖୁଣ୍ଠରେ ଧକ୍କା ଲାଗିଥିଲା । ଯାହା ଫଳରେକି ଧକ୍କା ହେବା ପରେ ପରେ ଗାଡିଟି ଜଳି ଉଠିଥିଲା । ସେହି ବିଦ୍ୟୁତ କୁଣ୍ଠ ପାଖରେ ଏକ ଦେକାନ ରହିଥିଲା । ଗାଡିଟି ଜଳିବା ମାତ୍ରେ ସେଠାରେ ଥିବା ସ୍ଥାନୀୟ ଲୋକମାନେ ତୁରନ୍ତ ଗାଡି ମଧ୍ୟରେ ଥିବା ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଦାର କରିବା ସହ ଗାଡି ଚାଳକଙ୍କୁ ମଧ୍ୟ ଉଦ୍ଦାର କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ସତ୍ୟବାଦୀ ପୋଲିସ ଓଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ମାତ୍ର ଗାଡି ଚାଳକ ଜଣଙ୍କୁ ଗୁରୁତର ହୋଇ ପଡିଥିବା ଜଣାପଡିଛି । ସମସ୍ତଙ୍କୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବଲାନସ ଯୋଗେ ପୁରୀ ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୩/୨୦୨୩------୮,୫୫ Sakhigopal News,4/3/2023