ସତ୍ୟବାଦୀ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଉଦ୍ଯାପିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ତିନିଦିନ ବ୍ୟାପି ବ୍ଳକ ସ୍ତରୀୟ କ୍ରିଡା ପ୍ରତିଯୋଗିତା ଉଦ୍ଯାପିତ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତୀଥି ଭାବେ ସତ୍ଯବାଦୀ ଶିକ୍ଷା ମଣ୍ଡଳର ବିଆର୍ସିସି ତଥା ଏବିଇଓ ଶ୍ରୀ ପ୍ରଭାସ କୁମାର କରଣ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଗୋପୀନାଥ ଦେବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ ,ସିଆର୍ସିସି ଶ୍ରୀ ସରୋଜ କୁମାର ବେହେରା , ସୁନିଲ କୁମାର ବେହେରା ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଅଭିଭାବକ କମିଟିର ସଭାପତି ଶ୍ରୀ ସମାତନ ସାହୁ ଯୋଗଦେଇଥିଲେ। ଅନୁଷ୍ଠିତ ଉଦଯାପନ ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ଅତିଥି ମାନେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଧୂପ ଦୀପ ପ୍ରଦାନ ପରେ ସାମୂହିକ ପ୍ୟାରେଡ୍ ମାଧ୍ୟମରେ ବାଦ୍ୟର ତାଳେ ତାଳେ ଖେଳାଳୀ ମାନେ ଅଭିବାଦନ ଜଣାଇଥିଲେ। ପରିଚୟପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର।
ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲା ସ୍ତରକୁ ଚୟନ ହୋଇଥିବା ଉଭୟ ବାଳକ ଓ ବାଳିକା ଖେଳାଳି ମାନଙ୍କୁ ଶୁଭେଚ୍ଛା ଶୁଭକାମନା ଓ ପ୍ରେରଣା ଦେଇଥିଲେ ଅତିଥି ମାନେ। ଅତୀଥିଙ୍କ ଦ୍ବାରା ଖେଳ ପତାକା ଅବତରଣ କରାଯାଇଥିଲା।ଏଇ ତିନିଦିନ ବ୍ୟାପି ବ୍ଲକ ସ୍ତରୀୟ ଖେଳ କୁଦକୁ ପରିଚାଳନା କରିଥିଲେ ସତ୍ୟବାଦୀ ମଣ୍ଡଳ ବିଦ୍ୟାଳୟ ମାନଙ୍କ କ୍ରୀଡା ସମ୍ପାଦକ ତଥା ସତ୍ଯବାଦୀ ଉଚ୍ଚ ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ। ଦାମୋଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଣ୍ଡଳର ସମସ୍ତ ଶାରିରୀକ ଶିକ୍ଷା ଶିକ୍ଷକ,ଶିକ୍ଷୟିତ୍ରୀ ମାନେ କ୍ରୀଡା ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୨/୨୦୨୨----୭,୧୦
Sakhigopal News,17/12/2022