ତୃତୀୟ ବାର୍ଷିକ ସାଇବାବାଙ୍କ ପ୍ରତିଷ୍ଠା ଉତ୍ସବ
ସାକ୍ଷୀଗୋପାଳ---- ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମ ରେ ଅବସ୍ଥିତ ଶ୍ରୀ ସାଇ ବାବାଙ୍କ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସହିତ ଏକ ହୋମଯଜ୍ଞ ଅନୁଷ୍ଠିତ ହୋଇଛି । ଆଜି ଗ୍ରାମର ୨୧ଜଣ ପୁରୁଷ ମହିଳା ପୁଣ୍ୟତୋୟା ଭାର୍ଗବୀ ନଦୀ ରେ ଘଟ ବୁଝାଇଥିଲେ। ବ୍ରାହ୍ମଣ ଚିତ୍ତରଞ୍ଜନ ଦାଶ ଓ ମନୋରଞ୍ଜନ ଦାଶ ଘଟ (କଳସ) ଗୁଡିକ ମନ୍ତ୍ରପାଠ କରିବା ପରେ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । କର୍ତ୍ତା କର୍ତ୍ତି ଭାବେ କିଶୋର ମହାପାତ୍ର ଓ ସୁମିତ୍ରା ମହାପାତ୍ର ରହିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୨/୨୦୨୨---୭,୧୦ Sakhigopal News,17/12/2022