ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଆହତ
ଭଞ୍ଜନଗର - ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ । ଏଭଳି ଘଟଣା ଘଟିଛି ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ର ବାରଦଣ୍ଡା ଗାଁ ନିକଟରେ । ଆହତ ଜଣକ ବାରଦଣ୍ଡା ଗ୍ରାମର ଉଦୟ ପ୍ରଧାନ । ଖବର ଅନୁସାରେ ଉଦୟ ନିଜ ପରିବା ବିଲରୁ ଫେରୁଥିବା ସମୟରେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ସେହି ହାତୀକୁ ଦେଖି ଉଦୟ ଦଉଡ଼ି ପଳାଉଥିବା ବେଳେ ହାତୀଟି ଦଉଡି ଯାଇ ଉଦୟର ଗୈାଡକୁ ଶୁଣ୍ଢରେ କଚାଡି ଏକ ବୁଦାକୁ ଫୋପାଡି ଦେଇଥିଲା । ଘଟଣା ସ୍ଥଳରେ ହିଁ ସେ ପଡିରହିଥିଲେ । ତାଙ୍କ ପାଟି ଶୁଣି ନିକଟରେ ଥିବା କିଛି ଲୋକେ ଉଦୟଙ୍କୁ ଗୁରୁତର ଅବସ୍ଥାରେ ଉଧାର କରିଥିଲେ । ପରେ ପରିବାର ଲୋକେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଡାକ୍ତରଖାନାରେ ପହଞ୍ଚି , ଆହତ ଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୪୦ Sakhigopal News,16/12/2022