Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ସପ୍ତାହ ପାଳିତ



ଭଞ୍ଜନଗର-- ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଭଞ୍ଜନଗର ତାଲୁକା ଆଇନ ପ୍ରାଧିକରଣ ସମିତି ପକ୍ଷରୁ ସମ୍ବିଧାନ ସପ୍ତାହ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ ଜୟରାମ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୈାରା ଜଜ୍ ଦେବଦତ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏସଡିଜେଏମ୍ ଅମିତ୍ କୁମାର, ଜେଏମଏଫସି ମିସ୍ ସନ୍ଧ୍ୟା ସୁଚରିତା, କମିଟି ସଦସ୍ୟ ଡ଼ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ମିସ୍ ଅଳକା ମଞ୍ଜରୀ ପଟ୍ଟନାୟକ (ସଂଯୋଜକ) ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ସପ୍ତାହ ପାଳନ ର ଆବଶ୍ୟକତା ଉପରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ସମ୍ବିଧାନ ଆମ ଦେଶର ରକ୍ଷା କବଚ। ଏହି ସମ୍ବିଧାନ ବିଭିଧତାରେ  ପରିପୂର୍ଣ୍ଣ ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଆମ ସମ୍ବିଧାନ ଆମ ଦେଶର ଗର୍ବ ଗୈାରବ ବୋଲି ଅତିଥି ମାନେ ଉଲ୍ଲେଖ କରିବା ସହ ଏହାର ସୁରକ୍ଷା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ବହୁ ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ତଥା ଅନ୍ୟ ଅଣ ଶିକ୍ଷା କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଶେଷରେ ଅଧ୍ୟକ୍ଷ ସେନାପତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୨---୯,୧୦ Sakhigopal News,2/12/2022

Blog Archive

Popular Posts