Breaking News

ବୟସ ୬୦ ଡେଇଁଲାଣି ଭତା ମିଳୁ ନାହିଁ,ଭତାପାଇଁ ଦୌଡୁଛନ୍ତି ଖଣ୍ଡପଡ଼ା ବ୍ଲକକୁ ;ଶୁଣୁ ନାହିଁ ପ୍ରଶାସନ



ନୟାଗଡ଼---  ସାମାଜିକ ସୁରକ୍ଷା ଯୋଜନା ରେ ସରକାର ଗ୍ରାମାଞ୍ଚଳ ରେ ବାସ କରୁଥିବା ଅସହାୟ ନିରାଶ୍ରୟ , ବିକଳାଙ୍ଗ, ଭିନ୍ନକ୍ଷମ ସହିତ ୬୦ ବୟସ ଡେଇଁ ଗଲା ପରେ ସେମାନଙ୍କ ପାଇଁ କରାଯାଇଛି ଭତ୍ତା ଯୋଜନା।ଏହି ଭତା ଯୋଜନାରେ ବିକଳାଙ୍ଗ ଓ ଭିନ୍ନକ୍ଷମ, ବିଧବା ଙ୍କ କ୍ଷେତ୍ରରେ କୌଣସି ବୟସ ର ସୀମା ନ ଥିବା ବେଳେ, ବାର୍ଧକ୍ୟ,ଭର୍ତ୍ତା ପାଇଁ ବୟସ ସୀମା ରହିଛି 60 ବର୍ଷ।ତେବେ ଏହି 60 ବର୍ଷ ବୟସ ରେ ଭତା ମିଳିବା କେତେ ଦୁରୁ କାର୍ୟ୍ଯ କାରୀ ହେଉଛି ତାହା ଦେଖିବାକୁ ବାକି ରହିଲା । ଯେ 60  ରୁ 70 ହୋଇ ଥିଲେ ସୁଧା ଭର୍ତ୍ତା ଟିଏ ପାଇବା ପାଇଁ ଗାଁର କୁଜି ନେତା ଙ୍କ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡୁଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତ ଢୋଲମରା ପଞ୍ଚାୟତ ବଡ ହରିଜନ ସାହିର ଦାମୋଦର ନାଏକ ଓ ଶିଶୁଳା ନାଏକ ଙ୍କ କ୍ଷେତ୍ରରେ ଦାମୋଦର ଙ୍କ  ବୟସ 60ବର୍ଷ ଟପିଥିବା ବେଳେ ଶିଶୁଳା ନାଏକ ଙ୍କ ବୟସ ମଧ୍ୟ 60 ବର୍ଷରୁ ଉର୍ଦ୍ଧ ହେଲାଣି କିନ୍ତୁ ବାଡ଼ିଟିଏ ଧରିଲେ,ହିଁ,ଚାଲି ପାରନ୍ତି, ଏହିପରି କିଆଝର ପଞ୍ଚାୟତ ଗୋଛାବାରି ଗ୍ରାମର ସୀତା ପରିଡାଙ୍କ ବୟସ ଭୋଟ ପରିଚୟ ପତ୍ର ରେ ଭୁଲ କ୍ରମେ କମ ହୋଇ ଯାଇଥିବା ବେଳେ,ଭତା ପାଇ ପାରୁନାହାନ୍ତି । କିନ୍ତୁ ସୀତା ପରିଡା ବୃଧା ଅବସ୍ଥା ଦେଖିଲେ ବୟସ ପ୍ରାୟ 70 ରୁ ଅଧିକ ହେବ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଭର୍ତ୍ତା ପାଇବାକୁ ଉପଯୁକ୍ତ ନୁହଁନ୍ତି ଏମାନେ । ଖଣ୍ଡପଡ଼ା ବ୍ଲକ ପ୍ରଶାସନରେ 65 ବର୍ଷ ହେଉକିମ୍ବା 70 ବର୍ଷ ହେଉପଛେ ଭର୍ତ୍ତା ମିଳିବା କଷ୍ଟକର ବ୍ୟାପାର ହୋଇ ପଡୁଛି।ଏଣୁ ଏ ଦିଗରେ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବିହେଉଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨/୧୨/୨୦୨୨---୯,୪୦ Sakhigopal News,2/12/2022

Blog Archive

Popular Posts