ଚାଷୀମାନଙ୍କୁ ସୁଲଭ ଦରରେ ସାର ଓ କୀଟ ନାଶକ ଔଷଧ ଯୋଗାଇ ଦେବାପାଇଁ; ପ୍ରଥମ ବୈଠକରେ ନିଷ୍ପତ୍ତି
ବାଙ୍କୀ---- ବାଙ୍କୀ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପରିଚାଳନା କମିଟିର ପ୍ରଥମ ବୈଠକ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ନବନର୍ବିାଚିତ ସଭାପତି ସଂଜୟ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ହେମନ୍ତ କୁମାର ରାଉତ ପ୍ରଥମେ ନବନିର୍ବାଚିତ ଉପସଭାପତି ଓ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ସମିତିର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପାଢ଼ୀ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଓ ନିର୍ଦ୍ଦେଶକ ସମରେନ୍ଦ୍ର ମହାପାତ୍ର ବାଙ୍କୀ କ୍ରେଡିଟ୍ ସମବାୟ ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ବୈଠକରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚାଷୀମାନଙ୍କୁ କିପରି ସାର , ପେଷ୍ଟିସାଇଡ୍ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ଚାଷୀମାନଙ୍କୁ ସୁଲଭ ଦରରେ ଯୋଗାଇ ଦେବା , ଜବର ଦଖଲରେ ଥିବା ଜାଗାଗୁଡିକ ପୁନଃଉଦ୍ଧାର କରିବା ଏବଂ ନୂତନ ବ୍ୟବସାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଏହି ସମିତି ଆଣିଥିବା ଋଣ ଅର୍ଥର ପୈଠ ନିମନ୍ତେ ଏକକାଳୀନ ସମାଧାନ ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଉପସଭାପତି ପ୍ରଭାସିନୀ ମହରଣା, ଭାଗୀରଥି ପାଣି, ସୁବାସ ଚନ୍ଦ୍ର ପାଢ଼ୀ, ସମରେନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୨,୧୦ Sakhigopal News,4/12/2022