Breaking News

ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

 

ବାଙ୍କୀ----- ବାଙ୍କୀ ଡମପଡ଼ା ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟଳୟ ପରିସରରେ ଆନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ ଏକ ସାଧନା କେନ୍ଦ୍ର ଗୃହକୁ ବାଙ୍କୀ ଏନ୍‌.ଏ.ସିର ନଗରପାଳିକା ଶ୍ରୀମତୀ ମାଣିକ ସାହୁ ଉଦ୍‌ଘାଟନ କରିବା ସହ ଏହି ଗୃହରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସେମାନଙ୍କର ସମସ୍ତ ସୁବିଧା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଏକ ସଭା ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କୀ ଡମପଡ଼ା ବ୍ଲକ ୩୮ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ତଥା ଷ୍ଟାଡିଂ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ଏନ୍‌.ଏ.ସି ଅଧ୍ୟକ୍ଷା ମାଣିକ ସାହୁ ୩୭ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ବାଙ୍କୀ କ୍ରେଡିଟ୍ ସମବାୟ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର, କାଉନସିଲର ସନାତନ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ବେହେରା, ବି.ଆର.ଟି ଲିମା ମହାପାତ୍ର ଯୋଗଦେଇ ଦିବ୍ୟାଙ୍ଗ ପିଲାଙ୍କ ଉପରେ ବହୁ ଉପାଦେୟ ତଥ୍ୟ ଆଲୋଚନା କରିବା ସହ ସେମାନେ କିପରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ ।  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବେଣୁଧର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ଅନ୍ୟମାନେ ସହଯୋଗ କରିଥିବା ବେଳେ ସି.ଆର.ସିି.ସି ଦିଲ୍ଲୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨---୨,୧୦ Sakhigopal News,4/12/2022

Blog Archive

Popular Posts