ସଂକ୍ରିଡା ପଞ୍ଚାୟତ ସ୍ତରୀୟ ଫୁଟବଲ, ଖୋଖୋ ଓ କବାଡି ପ୍ରତିଯୋଗିତା
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ ଠାରେ ସଂକ୍ରିଡା ପଞ୍ଚାୟତ ସ୍ତରୀୟ ଫୁଟବଲ, ଖୋଖୋ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଦୁର୍ଗା ପ୍ରସାଦ ଛୁରିଆ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ, ଅତିରିକ୍ତ ବିଡିଓ ପ୍ରିତେଶ ଦୋରା, ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ, ଜିଲ୍ଲା ପରିଷଦ ସଭ୍ଯ ସତ୍ଯଜିତ ପୁରୋହିତ, ସରପଞ୍ଚ ଜୟନ୍ତୀ ସେଠ, ସମିତି ସଭ୍ୟ ଚାଷୀ ଗିରି ନଈ, ପୁର୍ବତନ ସରପଞ୍ଚ ଶୁସାନ୍ତ କୁମାର ସାହୁ ଓ ସଂକ୍ରିଡା ପଞ୍ଚାୟତ ର ସମସ୍ତ ୱ।ଡ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଏହି ସମୟରେ ଫୁଟବଲ ରେ ଲୋଇଶିରା ବିଜେତା, କବାଡି ଓ ଖକୋ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଜେତା ହୋଇଥିଲେ ଓ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସଂକ୍ରିଡା ପଞ୍ଚାୟତ ର ଏଗଜୁକୁଟିଭ ଅଫିସର ତରଣୀସେନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୪୫ Sakhigopal News,16/12/2022