ରେମଣ୍ଡା ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ
ବରଗଡ଼-- ଓଡିଶା ହକି ବିଶ୍ବକପ୍ ଆୟୋଜନ ଅବସରରେ ରେମଣ୍ଡା ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଦୁର୍ଗା ପ୍ରସାଦ ଛୁରିଆ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ବିଡିଓ ରଘୁନାଥ ପାଣିଗ୍ରାହୀ, ଏବିଡିଓ ପ୍ରିତେଶ ଦୋରା, ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ବାରିକ, ପ୍ରଶାନ୍ତ ହୋତା, ଉଦିତ୍ ସାହୁ, ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ସମିତି ସଭ୍ୟା ରିଂକି ସେଠ, ମୋହନ ଦୋରା, ଫକୀର ମେହେର, ପଞ୍ଚାୟତ ସମସ୍ତ ୱ୍ଆର୍ଡ ସଭ୍ୟ, ସଭ୍ୟା ମାନେ ଯୋଗଦାନ କରିଥିଲେ। ଏହି ସମୟରେ ଫୁଟବଲ ଖେଳ ହୋଇଥିଲା । ଏଥିରେ ନାଗପାଲି ଦଳ ବିଜେତା , କବାଡିରେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ବିଜେତା, ଖୋଖୋ, ରେ କ୍ଷୀରେଶ୍ୱର ମେହେର ବାଳିକା ଉଚ୍ଚ ବିଦ୍ୟାଳୟ ବିଜେତା ହୋଇଥିଲେ। ଏହି ସମୟରେ ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ରୀ ଆଦ୍ୟା ବହିଦାର ଙ୍କୁ ଓଡିଶାର ଟାଟାଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟରିୟମ ଭୁବନେଶ୍ବର ପକ୍ଷରୁ ଇସ୍ରୋ କୁ ପରିଭ୍ରମଣ କରିବା ଯୋଗ୍ୟ ବିବେଚିତ ହୋଇଛନ୍ତି। ରେମଣ୍ଡା ପଞ୍ଚାୟତ ତରଫରୁ ସରପଞ୍ଚ ଉଦ୍ଧବ ବାରିକ ସମ୍ମାନୀତ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମଞ୍ଚ ପରିଚାଳନା କରିଥିଲେ ଆକାଶବାଣୀ କଲାକାର ପର୍ଶୁରାମ ପାତ୍ର।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୪୫ Sakhigopal News,16/12/2022