Breaking News

ଭାରତୀୟ ବିକାଶ ପରିଷଦ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ଠାରେ ଏକ ଜନସ୍ୱାର୍ଥ ମାମଲା

 ନୟାଗଡ଼--- ଭାରତୀୟ ବିକାଶ ପରିଷଦ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ଠାରେ ଏକ  ଜନସ୍ୱାର୍ଥ ମାମଲା no wpc 26466/2020  ରୁଜୁ ହୋଇଛି ।  ଗଞ୍ଜାମ୍ ଜିଲ୍ଲା ଦିଗପହଣ୍ଡି ର ଶ୍ରି ରାଧାମୋହନ ମହାପ୍ରଭୁ ଓ ଶ୍ରି ରାଧାଦାମୋଦର ମହାପ୍ରଭୁ ବିଜେ କ ଏକର 5.900 dcm ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ଅଭିଯୋଗ ସମ୍ପର୍କୀତ ମାମାଲା ଶୁଣାଣି କରି ରାଜ୍ୟ ସରକାର ଦେବୋତ୍ତର ବିଭାଗ, ରାଜସ୍ଵ ବିଭାଗ ସମେତ ଅନ୍ୟ ପକ୍ଷ ମାନଙ୍କୁ ଜବାବ୍ ତଲାବ କରିଥିଲେ । ଏଥି ସହିତ ଠାକୁର ଙ୍କ ବିକ୍ରି କରିଥିବା ଜମି ପ୍ରସଙ୍ଗ ହାଇ କୋର୍ଟ ବିଚାରଧିନ୍ ମାମଲରେ ଚୁଡାନ୍ତ ରାୟ ଉପରେ ନିର୍ଭର କରିବ । ଅନ୍ୟ ଆଦେଶ ପର୍ଯ୍ୟନ୍ତ ଜମି କିଣି ଥିବା ବ୍ୟକ୍ତିମାନେ ଏହି ଜମିରେ କୌଣସି ପରିବର୍ତ୍ତନ, କ୍ରୟ, ବିକ୍ରୟ ଓ ନିର୍ମାଣ କାର୍ଯ୍ୟ ଓ ମ୍ୟୁଟେସନ ମଧ୍ୟ କରିପାରିବେ ନାହିଁ ବୋଲି ମଧ୍ୟ ଉଚ୍ଚ ନ୍ୟାୟାଳୟ ଓଡ଼ିଶା ଅନ୍ତରୀଣ ଆଦେଶ ପ୍ରଦାନ କରିଥିଲେ । ମୁଖ୍ୟ ନ୍ୟାୟାଧୀଶ ଏସ୍ ମୁରଲୀ ଧରଓ ଜଷ୍ଟିସ  ଏମ ଏସ ରମଣ ଙ୍କ ଖଣ୍ଡ ପିଠ ତା 14.12.22 ରାୟ ପ୍ରଦାନ କରିଛନ୍ତି ଆସନ୍ତା  03.04.2023 ତାରିଖରେ ପରବର୍ତ୍ତୀ ଶୁଣାଣି  କରାଯିବା ପାଇଁ ନିର୍ଦେଶ ସହିତ  ଏଣ୍ଡାମେଣ୍ଟ କମିଶନ  ଭୁବନେଶ୍ୱରଙ୍କୁ ଆଦେଶ ପ୍ରଦାନ କରିଛନ୍ତି । ବର୍ତମାନ ଜମିର  ଧାର୍ଯ୍ୟମୁଲ୍ୟ ପରିମାଣ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସବ ରେଜିଷ୍ଟରଙ୍କ ଠାରୁ  ପ୍ରାପ୍ତ କରି  ଆଗାମୀ ଶୁଣାଣୀର ଏକ ସପ୍ତାହ ପୂର୍ବରୁ କୋର୍ଟ ରେ ଦାଖଲ କରିବେ l ପରବର୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଆନ୍ତରୀଣ ଆଦେଶ ବଳବତର ରହିବ ।
ଶ୍ରୀରାଧା ଦାମୋଦର ମହାପ୍ରଭୁ ବିଜେଙ୍କ ସମ୍ପତ୍ତି ସୁରକ୍ଷା ନେଇ ଦlୟର କରାଯାଇଥିବା  ମାମଲାରେ ଦର୍ଶାଯାଇଛି ଯେ ଠାକୁରଙ୍କ ଜମି ଜାତୀୟ ରାଜପଥ ଓ ଦିଗପହଣ୍ଡି  ସହର ପାର୍ଶ୍ୱରେ ଅବସ୍ତିତ.। ଯାହାର ବଜାର ମୂଲ୍ୟ  ଏକର ପ୍ରତି ତିନି କୋଟିରୁ ଉର୍ଦ୍ଧ ଟଙ୍କା ଥିବା ବେଳେ ଦେବୋତ୍ତର କମିଶନର୍ ଏକର ପ୍ରତି ଟ 1400000, ସ୍ଥିର କରିଥିଲାବେଳେ ବେନିୟମ ଭାବେ ଆଇନ ମନ୍ତ୍ରୀ Sri ପ୍ରତାପ ଜେନା ଉକ୍ତ ଜମିର୍ ଅପ୍ ସେଟ ମୂଲ୍ୟ ଟ 384000/ ତିନି ଲକ୍ଷ୍ ଚଉରାଶି ହଜାର ସ୍ଥିର କରି ବିକ୍ରି କରାଯାଇଛି । ଉକ୍ତ ଜମିକୁ ଜଣେ ବ୍ୟକ୍ତି ଖରିଦାର ହେଇଥିବା ବେଳେ  ସରକାରଙ୍କୁ ଇନକମ ଟାକ୍ସ ଠକିବା ପାଇଁ 64 ଗୋଟି registerd sale deed କରି ବିକ୍ରୟ କରାଯାଇଛି । ଏଥିରେ ସବ register ଓ ଅନ୍ୟ କର୍ମଚାରୀ ମାନେ ସଂଶ୍ଲିଷ୍ଟ ଥିବା ଜଣାଯାଏ । ଗଞ୍ଜାମ୍ ଜିଲ୍ଲାରେ ଶାସକ ଦଳର କିଛି ରାଜନେତା  ସହିତ  ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାର ଅଧିକାରୀମାନେ ମଧ୍ୟ ଜଡିତ ଥାଇ ଦେବୋତ୍ତର ଜମି ଲୁଣ୍ଠନ କରିବାରେ ବ୍ୟସ୍ତ. ତେଣୁ ଠାକୁରଙ୍କ ସମ୍ପତ୍ତି ରକ୍ଷା କରିବା ପାଇଁ  ସମସ୍ତ  ବିକ୍ରୟ କବଲା ଓ ନିଲାମ କୁ ରଦ୍ଦ କରିବା ପାଇଁ ପିଟିସନ ରେ ପ୍ରାର୍ଥନା କରାଯାଇଛି । ଉକ୍ତ ମାମାଲା ରେ ଦେବୋତ୍ତର କମିଶନର୍ ଭୁବନେଶ୍ଵର, ପ୍ରମୁଖ ଶାସନ ସଚିବ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା, ଜିଲ୍ଲାପାଳ ଗଞ୍ଜାମ୍, ମନ୍ଦିର ଟ୍ରଷ୍ଟ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇ ନୋଟିସ ଜାରିକରାଯାଇଛି । ଏହି ମକଦ୍ଦମା କୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି l ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୫୦ Sakhigopal News,16/12/2022

Blog Archive

Popular Posts