ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ସାକ୍ଷୀଗୋପାଳ------ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ମେଳାକୁ ମଣ୍ଡଳ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନ ଓ ସତ୍ୟବାଦୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର କରଣ ,ମୂଷା ମଲ୍ଲିକଙ୍କ ସହିତ ବିଦ୍ୟାଳୟର ଆଲୁମିନାର ସଭାପତି କିଶୋର ଚନ୍ଦ୍ର ମହାପାତ୍ର , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନାତନ ସାହୁ ବିଦ୍ୟାଳୟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସତ୍ୟବାଦୀ ବ୍ଳକରେ ଥିବା ୧୫୩ଗୋଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲରୁ ୧୧୨ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥି ମଧ୍ୟରୁ ୫ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରରେ ହେବାକୁ ଥିବା ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅମର ନାଥ ଶ୍ରୀଚନ୍ଦନ ଓଡିଶା ଆଦର୍ଶ ବିଦ୍ୟାଳୟ,ଦାସବିଦ୍ୟାଧରପୁରନୋଡାଲ ହାଇସ୍କୁଲର ଛାତ୍ରୀ ଦେବଶ୍ରୀତା ପ୍ରଧାନ, ଓମ ପ୍ରକାଶ ଭୋଇ ସୁଆଣ୍ଡୋ ପ୍ରାଥମିକ ବିଦ୍ୟାଳୟ, ଇପସିତା ମହାନ୍ତି ତୁତୃୟାଦେବ ନୋଡାଲ ହାଇସ୍କୁଲ, ଗୋପିନାଥ ଦେବ ବିଦ୍ୟାପୀଠର ଛାତ୍ର ଅମୃତା ମିଶ୍ର ମନୋନୀତ ହୋଇଛନ୍ତି । ବିଚାରକ ଭାବେ ମାନସ ମିଶ୍ର ଓ ପ୍ରମୋଦ କୁମାର କର ରହିଥିଲେ । ଉଦଯାପନୀ ଉତ୍ସବରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ଆଜିର ଏହି କୁନି ବୈଜ୍ଞାନିକକାଲି ଜଣେ ଦେଶର ବଡ ବୈଜ୍ଞାନିକ ନ ହେବ ବୋଲି କେହିକହି ପାରିବେ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର କରଣ, ମୂଷା ମଲ୍ଲିକ ଓ ଦୀପକ ଶତପଥୀ ଯୋଗ ଦେଇଥିବା ବେଳେ ମଣ୍ଡଳ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନ ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ଗୋପିନାଥ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସିଆରସିସି ସୁନିଲ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡି ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ସିଆରସିସି ମାନେ ବିଜ୍ଞାନ ମେଳାକୁ ସରସ ସୁନ୍ଦର ଓ ସଫଳ କରିବାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୭/୧୨/୨୦୨୨---୭,୧୦ Sakhigopal News, 7/12/2022