Breaking News

ଉଧାର ଅସୁସ୍ଥ ଭାଲୁ ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ




ଭଞ୍ଜନଗର - ଅସୁସ୍ଥ ଅବସ୍ଥାରେ ଜଙ୍ଗଲରୁ ଉଧାର ହୋଇଥିଲା ଭାଲୁ ।   ଶେଷରେ ୫ ଘଣ୍ଟା ଧରି  ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅନ୍ତର୍ଗତ ଗାୟାଗଣ୍ଡା ସେକସନ୍ ରେ ଥିବା ଆମ୍ବଝରା ସଂରକ୍ଷିତ ଜଙ୍ଗଲ ରୁ ଏକ ଭାଲୁ କୁ ଅସୁସ୍ଥ ଅବସ୍ଥାରେ ଉଧାର କରିଥିଲା  ବନବିଭାଗ  । ଉଧାର ଭାଲୁ କୁ ପ୍ରଥମେ ତାରସିଂ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା  । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଞ୍ଜନଗର ପଶୁ ଚିକିତ୍ସାଳୟରକୁ ସ୍ତାନନ୍ତର କରିଯାଇଥିଲା । ୫ ଘଣ୍ଟା ଧରି ଚିକିତ୍ସା ଜାରି ରହିଥିଲା । ତା ସତ୍ବେ ଅସୁସ୍ଥ ଭାଲୁଟି ଶେଷର ଆଖି ବୁଜିଦେଲା । ଡାକ୍ତର ଙ୍କ କହିବା ପ୍ରକାରେ ବୟସାଧିକ୍ୟ ଏବଂ ଖାଦ୍ୟ ଖାଇନଥିବାରୁ ଅସୁସ୍ଥ ରହିଥିଲା ଭାଲୁ । ସେହି କାରଣରୁ ଭାଲୁଟି ର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଗୁରୁବାର ସକାଳେ ମୃତ ଭାଲୁ ର ବ୍ୟବଛେଦ ହେବବୋଲି ଜଣାପଡିଛି ।  ଅନ୍ୟ ଏକ ସୂତ୍ର ରୁ ମିଳିଥିବା ସୂଚନା ପ୍ରକାରେ  କିଛି ଦିନ ପୂର୍ବରୁ ଭାଲୁଟି ଜଙ୍ଗଲ ରେ ବୁଲୁଥିବା ବେଳେ କୌଣସି ଏକ ପଥର ଗୁମ୍ପାରେ ପଡି ଗୋଡଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଇଛି ।  ଗୋଡର ଦୁଇଟି ସ୍ଥାନରେ କ୍ଷତ ହୋଇଥିବାରୁ ଖାଦ୍ୟ ଖାଇନପାରି ଅସୁସ୍ଥ ହୋଇପଡିଥିଲା ।ବୁଧବାର ସକାଳୁ ଉକ୍ତ ଜଙ୍ଗଲକୁ ବନରକ୍ଷୀ ଓ ସ୍ବାର୍ଡ କର୍ମଚାରୀମାନେ ପେଟ୍ରୋଲିଂ ରେ ଯାଇଥିବା ସମୟରେ ଅସୁସ୍ଥ  ଭାଲୁଟି ଜଙ୍ଗଲର ଏକ ରାସ୍ତା କଡ଼ରେ ଠିଆ ହେଇଥିବାର ଦେଖି ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ ।  ପରେ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି  ଭାଲୁଟି କୁ ଉଦ୍ଧାର କରିଥିଲେ । ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା , ସହକାରୀ ବନସଂରକ୍ଷକ ବିକ୍ରମ  ଦେବ ପଟ୍ଟନାୟକ ଓ ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀ, ଗାୟାଗଣ୍ଡା ବନପାଳ କୌଳାସ ନାୟକ ,ତାରସିଂ ବନପାଳ କଳାବଦନ ଦାଶ ଅନି କୁମାର ପଣ୍ଡା ସମେତ ବନରକ୍ଷୀ ଓ ସ୍ବାର୍ଡ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୨/୨୦୨୨---୮,୧୦ Sakhigopal News,7/12/2022

Blog Archive

Popular Posts