Breaking News

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋ ଖୋ ପ୍ରତିଯୋଗିତା, ବାଙ୍କୀ ମହାବିଦ୍ୟାଳୟ ଚମ୍ପିଆନ୍



ବାଙ୍କୀ-ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ସ୍ୱୟଂଶାସିିତ ମହାବିଦ୍ୟାଳୟର ମହିଳା ଖୋ ଖୋ ଦଳ ଚମ୍ପିଆନ୍ ହୋଇ ଟ୍ରଫି ହାସଲ କରିଛି । ଯାଜପୁର ଜିଲ୍ଲାର ଅରିସ୍ଥିତ ବରୁଣେଶ୍ୱର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ସାଲେପୁର କଲେଜକୁ  ପରାସ୍ତ କରି ବାଙ୍କୀ କଲେଜ ଶ୍ରେଷ୍ଠସ୍ଥାନ ଅଧିକାର କରିଛି । ଏହି ଅବସରରେ ଆଜି କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ସଭାରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷ କ୍ୟାପଟେନ୍ ଭବାନୀ ପ୍ରସାଦ ହୋତା, ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ରାଜକିଶୋର ପାଲ୍‌, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଶୈଳେନ୍ଦ୍ର ନାରାୟଣ ଦେଓ , କ୍ରୀଡା କ୍ଲବର ଉପସଭାପତି ଅଧ୍ୟାପକ ଯୁଗଳ କିଶୋର ମଣ୍ଡଳ ପ୍ରମୁଖ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇଛନ୍ତି । କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ ଓ ଜିତେନ୍ଦ୍ର ଦେଓଙ୍କ ନେତୃତ୍ୱରେ ଲକ୍ଷ୍ମୀପ୍ରିୟା ଦାଶ, ରଶ୍ମିତା ରାଉତ, ମଣିବାଳା ଦଳେଇ, କୁନମୁନ୍ ସାହୁ, ଲକ୍ଷ୍ମୀପ୍ରିୟା ପଣ୍ଡା, ପ୍ରିୟଦର୍ଶିନୀ ବେହେରା, ପୁଷ୍ପାଞ୍ଜଳି ସାହୁ, ତପସ୍ୱନୀ ଗଣ୍ଠିଆ, ପିଙ୍କି ରାଉତ, ରୂପାଲି ପ୍ରଧାନ , ନମିତା ଗୋଚ୍ଛି ଓ ସ୍ମରଣିକା ସାଥୁଆ ପ୍ରମୁଖ ମହିଳା ଖୋଖୋ ଖେଳାଳି ଭାବେ ଯୋଗଦାନ କରି ଦଳଗତ ବିଜୟ ଲାଭ କରିଛନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨----୧୨,୧୦ Sakhigopal News,4/12/2022

 

 
 
  

Blog Archive

Popular Posts