ସ୍ଳୁଟିକୁ ଧକ୍କା ଦେଇ ବୋଲେରୋ ଗାଡ଼ି ଫେରାର
ଭଞ୍ଜନଗର--- ବୁଧବାର ଅପରାହ୍ନରେ ଭଞ୍ଜନଗର - ଦଶପଲ୍ଲା ରାସ୍ତା ର ଭେରେଡା ଛକ ଠାରେ ଏକ ବୋଲେରୋ ଗାଡ଼ି ଗୋଟିଏ ସ୍କୁଟି କୁ ଧକ୍କା ଦେଇ ପାଇଛି । ସ୍କୁଟିରେ ଭଞ୍ଜନଗର ଆସୁଥିବା ଭେରେଡା ଗ୍ରାମର ମାଆ ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ୨ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଦୁଇ ଜଣ ହେଲେ ଭେରେଡା ଗ୍ରାମର ନର୍ମଦା ଭୋଳ ଓ ତାଙ୍କ ପୁଅ ସତ୍ୟବାନ ଭୋଳ। ଉଭୟେ ଏବେ ଏଠାରେ ଚିକିତ୍ସିତ ହେଉଥିବା ବେଳେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୧/୨୦୨୨---୮,୪୫ Sakhigopal News,2/11/2022