Breaking News

ବେଆଇନ ଭାବେ ମାଙ୍କଡ ପଥର ଚାଲାଣ ବେଳେ ଟ୍ରକ ସହ ଚାଳକକୁ ଗିରଫ କଲା ତାରସିଂ ପୁଲିସ




ଭଞ୍ଜନଗର -- ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡାଳି ଗ୍ରାମକୁ ବେଆଇନ ଭାବେ ମାଙ୍କଡ ପଥର ବୋଝେଇ କରି ଆସୁଥିବା ବେଳେ ତାରାସିଂ ଥାନା ପୋଲିସ  ଚଢ଼ାଉ କରିଛି।  ଟ୍ରକ ସହ ଚାଳକ  କବିରାଜ ରାଉତକୁ ଗିରଫ କରିଛି ପୋଲିସ ।  ତାରସିଂ ଥାନା କେସନଂ ୩୫୧/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ  କୋର୍ଟ ଚାଲାଣ କରାଯାଇଥିବା ନେଇ   ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାକୁ ପ୍ରତ୍ୟେକ ଦିନ ନୟାଗଡ଼ ଜିଲ୍ଲାରୁ ବେଆଇନ ଭାବେ ମାଙ୍କଡ ପଥର ଚାଲାଣ ହୋଇ ଆସୁଛି ।  ଏ କ୍ଷେତ୍ରରେ ଉଭୟ ଜିଲ୍ଲାର ରାଜସ୍ବ ବିଭାଗ ସବୁ ଦେଖି ମଧ୍ୟ  ନିରବଦ୍ରଷ୍ଟା ସାଜିଥିବା କୁହାଯାଉଛି  । ଏମିତି କି ବିଭାଗୀୟ ଜାଣତରେ ଏସବୁ ଚାଲିଥିବା ଜାଣିବାକୁ ମିଳିଛି । ତାରସିଂ ଥାନା ପୋଲିସ କ୍ଷେତମୁଣ୍ଡାଳି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ  ,ମାଙ୍କଡା ପଥର ବୋଝେଇ ଟ୍ରକ୍ କୁ ଅଟକାଇ ଯାଞ୍ଚ କରିଥିଲା ।  ଟ୍ରକ୍ ର ଆବଶ୍ୟକ କାଗଜପତ୍ର ପୋଲିସ ମାଗିଥିବା ବେଳେ , ଗାଡ଼ି ଚାଳକ ଜଣକ କୌଣସି କାଗଜପତ୍ର ନଥିବା କହିଥିଲା । ଏହାପରେ ସଂପୃକ୍ତ ଟ୍ରକକୁ  ପୋଲିସ ଜବତ କରିବା  ସହ ଚାଳକ କବିରାଜ ଗିରଫ କରି ବୁଧବାର ଦିନ  କୋର୍ଟ ଚାଲାଣ କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୧/୨୦୨୨---୮,୪୦ Sakhigopal News,2/11/2022

Blog Archive

Popular Posts