Breaking News

ବାଲିଆପଟା ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିଲେ ବନବିଭାଗ ଅଧିକାରୀ


 
ଭଞ୍ଜନଗର -  ବାଲିଆପଟା ଗାଁ ରେ ଅଗ୍ନିକାଣ୍ଡ ଘଟି ୧୧ ଟି ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି ।  ସ୍ଥାନୀୟ ପ୍ରଶାସନ , ପଞ୍ଚାୟତ ଏବଂ ଗ୍ରାମବାସୀଙ୍କ ତରଫରୁ ରନ୍ଧାଖାଦ୍ୟ ଏବଂ ଆନୁସଂଗିକ ସହାୟତା ଯୋଗାଇ ଦିଆଯାଇଛି । ତଥାପି ବାସହରା ହୋଇପଡ଼ିଥିବା  ପରିବାର ପିଲାଛୁଆ ଧରୀ ଶୀତ-କାକର ରେ ରାତି ବିତାଉଛନ୍ତି । ଏ ଘଟଣା ଜାଣିବା ପରେ  ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା , ବାଲିଆପଟା ଗାଁ କୁ ଯାଇ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଥିଲେ । ପ୍ରଶାସନ ପକ୍ଷରୁ ଜରିପାଲ ଯୋଗାଇ ଦିଆଯାଇଥିବା ବେଳେ ସେମାନଙ୍କ ଘର ତିଆରି ପାଇଁ , ସରକାରୀ ନିୟମ ପ୍ରକାରେ କାଠ ଓ ବାଉଁଶ ଯୋଗାଇ ଦେବାପାଇଁ କହିଥିଲେ । ଯେହେତୁ ବିପନ୍ନ ପରିବାରର ଲୋକେ ବାଲିଆପଟା ବନ ସଂରକ୍ଷଣ ସମିତି ଗଠନ କରିଥିବାରୁ ଗାଁ ରେ ଏକ ବୈଠକ କରି ଲୋକଙ୍କ ସମସ୍ୟା ବୁଝିଥିଲେ । ଏହା ସହ ସଂପୃକ୍ତ ପରିବାରର ଲୋକଙ୍କୁ ଦୁଇଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ କହିଥିଲେ । ବନଖଣ୍ଡ ଅଧିକାରୀ ଙ୍କ ଏହି ଗସ୍ତ ସମୟରେ ସହକାରୀ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ସ୍ଥାନୀୟ ବନାଞ୍ଚଳ ଅଧିକାରୀ  ଶିବରାମ ନାୟକ ବନପାଳ ଶୁଭସ୍ଥିତା ପାତ୍ର , ବନରକ୍ଷୀ ଅନୁରାଧା ଦଳବେହେରା ଓ ବନ ସଂରକ୍ଷଣ ସମିତି ର ସଭ୍ୟସଭ୍ୟା ସଭାପତି ନକୁଳ ନୟକ  ଉପସ୍ଥିତ ରହିଥିଲେ । ସାମାଜିକ କର୍ମି ତଥା ଅବ୍ୟତାନିକ ବନ୍ୟ ପ୍ରାଣୀ ତତ୍ତ୍ୱବଧାରକ ଶୂଳପାଣି ଶତପଥୀ, ଅଗାମି ଦିନରେ ସମସ୍ତ ପରିବାରକୁ  ଅନ୍ୟାନ୍ୟ ସହଯୋଗ କରିବାକୁ ଆଲୋଚନା କରିଥିବା ଜଣା ପଡିଛି । ବନଖଣ୍ଡ ଅଧିକାରୀ ଶ୍ରୀ ବେହେରାଙ୍କ ଏଭଳି ସହାୟତା ପାଇଁ , ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୩/୧୧/୨୦୨୨--୭,୨୫  Sakhigopal News,3/11/2022

Blog Archive

Popular Posts