ପବିତ୍ର ଅଁଳା ନବମୀରେ ହବିଷ୍ୟାଳୀଙ୍କୁ ଅଁଳାବୃକ୍ଷ ଦାନ
ଡେଲାଙ୍ଗ :ପବିତ୍ର ଅଁଳା ନବମୀରେ ଅଁଳା ବୃକ୍ଷ ଦାନ । ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିପୁତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ଙ୍କ ପକ୍ଷରୁ ହବିଷ୍ୟାଳୀ ମାନଙ୍କୁ ଅଁଳାବୃକ୍ଷ ଦାନ ଦେଇଛନ୍ତି | ବୋଳକଣା ଗ୍ରାମର ଆରାଧ୍ୟ୍ୟ ଦେବ ଶ୍ରୀ ଇଶାଣେଶ୍ୱର ଦେବ ଙ୍କ ପ୍ରାଙ୍ଗଣରେ ଥିବା ରାଧାମୋହନ ଦେବଙ୍କ ମନ୍ଦିର ସମ୍ମୁଖରୁ ପୂର୍ବତନ ୱାର୍ଡସଭ୍ୟା ତଥା ଧର୍ମପରାୟଣା ମହିଳା ହବିଷ୍ୟାଳୀ ଜାନକୀ ପାଢ଼ୀଙ୍କ କର କମଳରେ ଉକ୍ତ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଆଇନଜୀବୀ ଶ୍ରୀଯୁକ୍ତ ପାଢ଼ୀ ପରିବେଶକୁ ସୁସ୍ଥ ରଖୁଥିବା ନିଜର ବ୍ୟାଟେରୀଚାଳିତ ସ୍କୁଟୀରେ ଅଁଳାବୃକ୍ଷ ଧରି ଗୁଡ଼ୁପାଇଲୋ, ପାଟପୁର ପାଟଣାସାହି, ବିଳାସପୁର, ଇନ୍ଦିପୁର ଦେଉଳି, ଅଭୟମୁଖୀ ରାମଚନ୍ଦ୍ରପୁର ଶାସନ ଆଦି ଗ୍ରାମରେ ବୃକ୍ଷଲଗାଇ ପରିବେଶକୁ ସୁସ୍ଥରଖିବା ସହିତ ବିଶ୍ୱ ତାପୟନରୁ ମୁକ୍ତି ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହବିଷ୍ୟାଳୀ ରାଧାମଣୀ ପାଢ଼ୀ, ଗଣେଶ୍ୱର ପାଢ଼ୀ, ସୋମନାଥ ସେନାପତି, ରାଜକିଶୋର ମନୋହାରୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଅଭିଯାନର ଭୁୟସୀ ପ୍ରଶଂସା କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୧/୨୦୨୨----୬,୪୫ Sakhigopal News,3/11/2022