ନୂଆଗାଁ ବ୍ଲକ, କୃଷ୍ଣ ପ୍ରସାଦ ସିକ୍ରୀଡା,ଉଚବିଦ୍ୟାଳୟରେ ଶିକ୍ଷକ ଅଭାବ
ନୟାଗଡ଼--- ନୟାଗଡ, ରାଜ୍ୟରେ ଗ୍ରୁଣାତ୍ମକଶିକ୍ଷା ନିମନ୍ତେ ସରକାର ପ୍ରତ୍ୟେକ ବିଦ୍ୟାଳୟଳୟରେ ଶିକ୍ଷକ ନିଯୁକ୍ତି ପ୍ରଦାନ କରୁଥିବା ଓ ପ୍ରତି ପଂଚାୟତରେ ମଧ୍ୟ୍ୟ ଉଚ୍ଚ ବିଦ୍ୟାଳୟ ଖୋଲୁଛନ୍ତି । କିନ୍ତୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନ ଦେବା ଫଳରେ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଅଵର୍ଣତି ହେଉଛି । ଫଳରେ ପିଲା ହେଉଛନ୍ତି ହନ୍ତସନ୍ତ।ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଶିକ୍ଷା ବିଭାଗୀୟ ଅଧିକାରୀ ହୋଇଛନ୍ତି ନିରବ ଦ୍ରଷ୍ଟା।ଏଭଳି ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦସିକ୍ରୀଡା ଗାଁର ଗ୍ରାମ ବାସୀ ଏବଂ ପରିଚାଳନା କମିଟି ଓ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ।ଘଟଣାରୁ ପ୍ରକାଶ ଯେ ବିଭାଗୀୟ ଅଧିକାରୀଙ୍କ ପତ୍ରସଂଖ୍ୟା1444,ତା10,8,2022ରିଖ ଅନୁଯାୟୀ ତା16,8,2022ରିଖ ଦିନ18ଜଣ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ନାମ ଲେଖାଇଲେ।ତେବେ ଶିକ୍ଷକ ନିଯୁକ୍ତି ସମ୍ବନ୍ଧରେ ବାରମ୍ବାର ଲିଖିତ ମୌଖିକଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନୟାଗଡ଼ ଙ୍କୁ ଜଣାଇଲା ପରେ ତିନିଜଣ ଶିକ୍ଷକଙ୍କୁ ନିଯୁକ୍ତି କଲେ।କିନ୍ତୁ ଏହି ତିନିଜଣ ଶିକ୍ଷକଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ଶିକ୍ଷକ ବିଦ୍ୟାଳୟରେ ଯୋଗ ଦେଲେ। କିନ୍ତୁ ଜଣେ ମାତ୍ର ଶିକ୍ଷକରେ ବିଦ୍ୟାଳୟରେ କିଭଳି ପାଠ ପଢା ଚାଲୁଥିବ ପ୍ରଶ୍ନବାଚି ସୃଷ୍ଟି କରିଛି।ସୂଚନାଯୋଗ୍ୟ ଯେ ସରକାର ଙ୍କ ଦ୍ଵାରା ବିଦ୍ୟାଳୟ ରେ ନିୟମିତ ଶିକ୍ଷକ ନିଯୁକ୍ତି ହେଲା ପର୍ଯ୍ୟନ୍ତ ଜିଲା ମଧ୍ୟରୁ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶାଙ୍କ ପକ୍ଷରୁ ଜଣାଇ ଦିଆଯାଇ ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାନଯାଇ ଦୁଇ ମାସ ବିତି ଯାଇ ଥିଲେ ସୁଧା ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ପଡେକ୍ଷପ ନ ନେବା ଯୋଗୁ ଗ୍ରାମବାସୀ ଓ ବିଦ୍ୟାଳୟ ଶିକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତ । ବିଦ୍ୟାଳୟକୁ ଆସନ୍ତା ତିନି ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନୟାଗଡ଼, ବିଧାୟକ ଦଶପଲା, ଜିଲ୍ଲା ପାଳ ନୟାଗଡ଼, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶ ଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦେଇଥିବାର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜକିଶୋର ପାଣି ଏବଂ ଗ୍ରାମ୍ୟ କମିଟିର ସଭାପତି ଭ୍ରମର ବର ପରିଡା ଓ ସମ୍ପାଦକ ନବକିଶୋର ପରିଡା ପ୍ରମୁଖ ଜଣାଇ ଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨/୧୧/୨୦୨୨---୯,୧୦ Sakhigopal News,2/11/2022