ମାନପୁର ଉଚ୍ଚ ବିଦ୍ୟାଳୟ ର ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବରଗଡ଼--- ବରଗଡ ଜିଲ୍ଲା ମାନପୁର ଉଚ୍ଚ ବିଦ୍ୟାଳୟ ର ୪ର୍ଥ ଶ୍ରେଣୀ କର୍ମଚାରୀ ଜନେକ ମଲ୍ଲିକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ପାଣିଗ୍ରାହୀ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନ ମାନପୁର ସରପଞ୍ଚ ପ୍ରତିନିଧି ସୁବାଷ ଚନ୍ଦ୍ର ହୋତା ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ମନୋରଞ୍ଜନ ପାଣିଗ୍ରାହୀ, ମାନପୁର ସମିତି ସଭ୍ୟା ସୁଦ୍ଧାଂଜଳି ମେହେର, ଓ ଗଣେଶ କର୍ଣ୍ଣ ଯୋଗ ଦେଇଥିଲେ। ଏହି ସଭା ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ଥିଲେ । ଜନେକ ମଲ୍ଲିକଙ୍କ କର୍ମମୟ ଜୀବନ ଭିତରେ ବିଦ୍ୟାଳୟ ଉନ୍ନତି ପାଇଁ ସବୁ ସମୟରେ ଚେଷ୍ଟିତ ରହୁଥିଲେ। ସେ ୨୦.୯.୯୪ ରେ ଯୋଗଦାନ କରିଥିଲେ ଓ ୩୧.୧୦.୨୨ ଅବସର ଗ୍ରହଣ କରିଛନ୍ତି। ୨୮ ବର୍ଷ ଚାକିରୀ କ୍ଷେତ୍ରରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସଭା ରେ ମଲ୍ଲିକଙ୍କ ଅବଶିଷ୍ଟ ଜୀବନ ସୁଖମୟ, ନିରୋଗ ରହୁ ବୋଲି ସମସ୍ତ ବକ୍ତା ମାନେ ପରିପ୍ରକାଶ କରିଥିଲେ। ମଲ୍ଲିକଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦେଇସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଆଲୋକ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସସମ୍ମାନେ ମାନପୁର ଗ୍ରାମ ପରିକ୍ରମା କରି ତାଙ୍କର ନିଜସ୍ବ ବାସଭବନରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଛାଡିଥିଲେ ବିଦାୟ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୧/୨୦୨୨---୯,୨୫ Sakhigopal News,2/11/2022