Breaking News

ଭଞ୍ଜ ମଣ୍ଡପ ଠାରେ ବାର୍ଡ ଦ୍ଵାରା ଟେଲିକମ ଖାଉଟି ସଚେତନତା କର୍ମଶାଳ



ଭଞ୍ଜନଗର : ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳାକୁ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଭୀମସେନ ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଘାଟନ କରିଥିଲେ । ଆଜିକାଲି ଦୁନିଆରେ ସହର ଅଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପିଲ୍ଲା, ବୁଢା, ଯୁବକ ଯୁବତୀ ସମସ୍ତ ବର୍ଗର ଲୋକେ ମୋବାଇଲ ବ୍ୟବହାର କରୁଛନ୍ତି। ଯାହା ଆମ ଜୀବନର ଅପରିହାର୍ଜ୍ୟ କିନ୍ତୁ ଶତକଡା ୯୫ଭାଗ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ନୁହନ୍ତି ଓ ସଚେତନତା  ହେବା ପାଇଁ ଟେଲିକମ କମ୍ପାନୀ ମାନେ ସୁଯୋଗ ଦେଇ ନଥାନ୍ତି । ଉପରକ୍ତକୁ ଆଧାର କରି ଟେଲିକମ କମ୍ପାନୀ ଲୁଟିବା ପାଇଁ ଶୁଭିଧା ମିଳେ ।  ବିଶେଷକରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଙ୍ଗରାଜୀ ଭାଷାରେ ଟର୍ମ କାଣ୍ଡିସନ ରଖିତନ୍ତି ଯାହା ଗ୍ରାହକଙ୍କ ଭାବନାରେ ଭବିଷ୍ୟତରେ ଲୁଟିବା ରାସ୍ତା ପ୍ରଶସ୍ତ କରିଥାଏ । ନେଟୱର୍କ ସମସ୍ୟା, ଗୁଣବକ୍ତା ସେବା ପାଇବାରୁ ବଞ୍ଚିତ ଥିଲେ ବି ମୂଲ୍ୟ ଦେବା, ଫେକ ମେସେଜ, ନ୍ୟୁଇନ ମାନ ସେବା, ବିଶେଷକରି ଭଞ୍ଜନଗର ବ୍ଲକର ୨୨ଗୋଟି ଗ୍ରାମ ପଞ୍ଚIୟତରେ ସରକାର ଡିଜିଟାଲ ସାକ୍ଷର ହାର ନିମ୍ନ ମାନର । ଏହାର ମୁଖ୍ୟ କାରଣ  ଟେଲିକମ କମ୍ପାନୀ ଗୁଡିକର ମନମାନୀ ଓ ଅଣଦେଖା କରିବା ଓ ସରକାର ଡିଜିଟାଲ ସାକ୍ଷର ପାଇଁ ଆବଶ୍ୟକ ଭିତିଭୂମିର ଅଭାବ, ନେଟୱର୍କ ସମସ୍ୟା, ଇନ୍ଟାରନେଟ ଧିମୀଗତି ଚାଲିବା,ଫେକ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେ ବି ଟେଲିକମ କମ୍ପାନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ, ଡ଼ିଟିଏଚ , ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି । ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଗୁଣାତ୍ମକ ସେବା ଦେବାରେ ଟେଲିକମ କମ୍ପାନୀ ମାନେ ଅସମର୍ଥ କାରଣ ଗ୍ରାହକ ଅଧିକା ଦୌଡରେ ଥିବା ଚକର ଯୋଗୁ ପ୍ରତିଦିନ ଗ୍ରାହକ ମାନେ ଦିବା ରାତିରେ ଶୋଷଣର ଶିକାର ହୋଊଛନ୍ତି । ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ,କେବଲ ଅପରେଟର, ଇନ୍ଟାରନେଟ ସେବା ପ୍ରଦାନକାରୀ ଅଣଦେଖା କରୁଛନ୍ତି । ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳା କମ୍ପାନୀଗୁଡିକ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ମତ ପ୍ରକାଶ କରିଥିଲେ । ଟ୍ରାଇ ନିୟମ ଓ ନିର୍ଦେଶାବଳୀ ଉପରେ ଗ୍ରାହକକୁ ମାର୍ଗ ଦର୍ଶନ ସେ ଦେଇଥିଲେ । ଭାରତୀୟ ଦୂର ସଂଚାର ନିଗମର  କନିଷ୍ଟ ଯନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ସେନାପତି ଓ ଜିଓ ନେଟୱର୍କର ଦିପ୍ତିରଞ୍ଜନ ଗୌଡ ଯୋଗଦେଇ କମ୍ପାନୀ ଗୁଡିକ ଦ୍ଵାରା ଯୋଗଦିଆ ଯାଉଥିବା ସେବା ଓ ଅଭିଯୋଗ ବିଷୟରେ ଆଲୋକପାତ କରିଥିଲେ । ଅଂଚଳର ଶତାଧିକ ଆଶା, ମହିଳା ଦଳ କର୍ମୀ, ମଜଦୂର ସଂଘ, ଭିନ୍ନକ୍ଷମ ସଂଘ କର୍ମକର୍ତା ଯୋଗ ଦେଇ ଥିଲେ ଓ ସଭାଶେଷରେ ସମାଜସେବୀ ହରେକୃଷ୍ଣ ସାହୁ ଧନ୍ୟବାଦ ଦେଇ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୧/୨୦୨୨---୮,୪୫ Sakhigopal News,2/11/2022

Blog Archive

Popular Posts