ସାକ୍ଷୀଗୋପାଳ ଧର୍ମଶାଳା ଜମି ସାକ୍ଷୀଗୋପିନାଥ ଦେବଙ୍କ ପାଖକୁ ଫେରିଲା ; ଉଦ୍ଧାର ପ୍ରକିୟା ଆରମ୍ଭ
ଏହାକୁ ନେଇ ଆରମ୍ଭ ହୋଇଗଲା ରାଜନୀତି । ଧର୍ମଶାଳା ରକ୍ଷା ଓ ସାକ୍ଷୀଗୋପିନାଥ ଦେବଙ୍କ ସମ୍ପତି ସୁରକ୍ଷିତ ରଖିବା ପାଇଁ ଆନ୍ଦୋଳନ କରିବା ସହ ଏପରି ଅବସ୍ଥା ହେଲାଯେ ସେଠାରେ ଏକ ହତ୍ୟାକାଣ୍ଡ ଘଟିଗଲା । ତା ପରଠାରୁ ଧର୍ମଶାଳା ଭୁଷୁଡି ପଡିଲା । ଜଙ୍ଗଲ ହେବା ସହ କାନ୍ଥ ବାଡରେ ଗଛ ଉଠି ଦୁଇ ମହଳା କୋଠା ଘର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଶେଷରେ ଉଚ୍ଚ ନ୍ୟାୟଳଙ୍କ ନିର୍ଦ୍ଦେଶ ଅନୁସାରେ ସତ୍ୟବାଦୀ ତହସିଲଦାର ସମସ୍ତ ରେକର୍ଡ ପତ୍ର ସଠିକ କରିବା ସହ ଉକ୍ତ ସମ୍ପତି ସାକ୍ଷୀଗୋପିନାଥ ଦେବଙ୍କ ଅଧିନକୁ ଆସିଛି । ମନ୍ଦିର ପରିଚାଳନା କମିଟିର ସଭାପତି ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ପ୍ରଚେଷ୍ଟା ଫଳରେ ରବିବାର ତହସିଲଦାର ମନୋଜ କୁମାର ନାୟକ ଓ ମନ୍ଦିର ଅତିରକ୍ତ କାର୍ଯ୍ୟନିବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଧର୍ମଶାଳା ସମ୍ମୁଖ ଭାଗ ସଫା ସୁତରା କାର୍ଯ୍ୟ ଆରମ୍ଭ ହେବା ସହ ଧର୍ମଶାଳା ମନ୍ଦିର ଅଧିନକୁ ଆସିଥିବା ଜଣାପଡିଛି । ଯାହାକୁ ନେଇ ସତ୍ୟବାଦୀ ଅଞ୍ଚଳର ବହୁ ବୁଦ୍ଧଜିବୀ ଓ ଜନସାଧାରଣ ସ୍ଥାନୀୟ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଧର୍ମଶାଳାକୁ ଭାଙ୍ଗି ଏଠାରେ ଏକ ମାର୍କେଟ କପ୍ଳେସ ନିର୍ମାଣ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୨/୨୦୨୧----୫,୧୦