Breaking News

ଶିବଶକ୍ତି ପୂଜକ ବିକାଶ ମଞ୍ଚର ଜିଲ୍ଲା ସ୍ତରୀୟ ବୈଠକ

 


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କୋଶଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶିବ- ଶକ୍ତି ପୂଜକ ବିକାଶ ମଞ୍ଚର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠାନର ସଭାପତି ସତ୍ୟବାଦୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରୁ କୋଭିଡରେ ପ୍ରାଣ ହରାଇଥିବା କୋଭିଡ ଯବାନଙ୍କ ପାଇଁ ଦୁଇ ମିନିଟ ନୀରବପ୍ରାର୍ଥନା କରାଯାଇଥିଲା ରାଜ୍ୟରେ କୋଭିଡ-୧୯ ଆଇନ ଅନୁଯାୟୀ ସବୁ ବନ୍ଦ ରହିଥିଲା ।ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର କୋଭିଡ-୧୯ ବଡ ବଡ ମନ୍ଦିରର ସେବାୟତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମାତ୍ର ଗ୍ରାମଞ୍ଚଳରେ ମନ୍ଦିର ପୂଜକ/ ସେବାୟତ ମାନଙ୍କୁ କୌଣସି ସହାୟତା ମିଲିଳାନାହିଁ । ଯାହାକି ସରକାର ପାତରଅନ୍ତର କରିଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ନଜର ଦେବାକୁ ଅନୁଷ୍ଠାନ ପକ୍ଷରୁ ଦାବି ହେଉଛି । ସେହିପରି ଦେବତ୍ତର ଜମିରେ ପୁରୁଷାନୁକ୍ରମେ ସେବାୟତ ପରିବାର ମାନେ ବସବାସ କରି ଆସୁଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି । ଯାହା ଫଳରେକି ସେମାନେ ବହୁ ଦୟନୀୟ ଅବସ୍ଥାରେ ରହିଛନ୍ତି । ଏ ଦିଗପ୍ରତି ରାଜ୍ୟ ସରକାର ତୁରନ୍ତ ନଜର ଦେବା ସହ ସେବାୟତ ପୂଜକ ମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଛି । ଅନ୍ୟ ପକ୍ଷେ ଦେବତ୍ତର ଜମିରେ ବସବାସ କରୁଥିବା ମାଳି ମହାପାତ୍ର, ସେବାୟତ ମାନଙ୍କୁ ସ୍ଥିତିବାନ ପ୍ରଗା ଭାବେ ଘୋଷଣା କରାଯାଉ । ଶେଷରେ ସତ୍ତ୍ୱଲିପି ଅନୁଯାୟୀ ଅଧିକାର ମିଳିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।  ଅନୁଷ୍ଠାନର ସମ୍ପାଦକ  ଭୀମସେନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ବିଶାଖା ଦେବୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜନନ୍ଦିନୀ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ଶତାଧିକ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୨/୨୦୨୧----୪,୫୫

Blog Archive

Popular Posts