Breaking News

ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରଷ୍କାର ; ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ -ଶ୍ରୀ ସାହୁ


 ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଠିକ ଡାକ୍ତର ନଥିଲେ ମଧ୍ୟ ରୋଗୀ ସେବା ଓ ସ୍ୱଚ୍ଛତାରେ ସବୁବେଳେ ଆଗରେ ରହିଛି । ଉକ୍ତ କେନ୍ଦ୍ର ପରିସରରେ ଫୁଲ ବଗିଚା ସହ ଔଷଧୀୟ ବଗିଚା ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । ଡାକ୍ତରଙ୍କ ଠାରୁ ସୁଇପର ନିଜର ସ୍ୱାସ୍ଥ୍ୟକେନ୍ଦ୍ର ଭାବି ନିଜ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଏହାକୁ ଦେଖି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ରୋଗୀ ଓ ସେମାନଙ୍କର ସମ୍ପକୀୟ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱଚ୍ଛତା ନେଇ ତତ୍ପରତା ପ୍ରକାଶ ପାଇଛି । ଯାହା ଫଳରେକି ମେଡିକାଲ ପରିସର ସ୍ୱଚ୍ଛତା ରହିବାସହ କର୍ମଚାରୀ ଓ ଡାକ୍ତର ମାନେ ସେବା ଯୋଗାଇ ଦେବାରେ ଅଗ୍ରସର ହୋଇ ପାରିଛନ୍ତି । ସୁଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ସେବା, ସ୍ୱଚ୍ଛତା , ଭିତ୍ତିଭୂମି ଆଦିକୁ ନେଇ  ଏକ ମାନଦଣ୍ଡ ନିରୁପଣ କରିବା ପାଇଁ କାୟାକଳ୍ପ ନାମରେ ଏକ ଟିମ ଗଠନ କରିଛନ୍ତି । ଏହି ଟିମ ମେଡିକାଲରେ ଥିବା ରୋଗୀ ମାନଙ୍କ ସହିତ ସିଧା ସଳକ କଥାବାର୍ତ୍ତା ହେବା ସହ ଆଉଟଡୋରରୁ ଯାଉଥିବା ରୋଗୀ ମାନଙ୍କୁ ସେବା ସଠିକ ମିଳି ପାରୁଛି କି ନାହିଁ , ରାଜ୍ୟ ସରକାର ଯୋଗାଇ ଦେଉଥିବା ମେଡିସିନ ଆଦି ସମ୍ପର୍କରେ ତନ୍ନଖି କରିଥିଲେ । ଏହି ଟିମ ମାନଦଣ୍ଡ ନିରୁପଣ କରିବା ପରେ ରାଜ୍ୟ ସରକାରଙ୍କ ଠାରୁ କାୟାକଳ୍ପ ପୁରଷ୍ମାର ପାଇଥାଏ । ଏହି ପରୀପେକ୍ଷୀରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରୁ ୩ଥର କାୟକଳ୍ପ ପୁରଷ୍କାର ପାଇଥିବା ବେଳେ ଏ ବର୍ଷ ମଧ୍ୟ କାୟାକଳ୍ପ ଟିମ ଅନୁଧ୍ୟାନ କରି ଫେରିଯାଇଛନ୍ତି । ସେମାନେ ଅନୁଧ୍ୟାନ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଦେଖି ବହୁତ ଖୁସି ହୋଇଥିଲେ । ଏଥର ମଧ୍ୟ କାୟାକଳ୍ପ ପୁରଷ୍କାର ପାଇବ ବୋଲି ବ୍ଳକ ଅଧ୍ୟକ୍ଷା ତଥା ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ପ୍ରସନ୍ନ ସାହୁ ଆଶାବ୍ୟକ୍ତ କରିଛନ୍ତି । କାୟାକଳ୍ପ ଟିମରେ ଅତିରିକ୍ତ ନିର୍ଦ୍ଦେଶକ ରାଜ୍ୟ ସ୍ୱାସ୍ଥ୍ୟଆସ୍ୟୁରାନ୍ସ ସୋସାଇଟିର ଡ. ଦୀପକ ବିଶୋଇ, ରାଷ୍ଟୀୟ କିଶୋର ସ୍ୱାସ୍ଥ୍ୟ ବିଭାଗର ଡ, ଜ୍ଞନୋରଞ୍ଜନ ପ୍ରଧାନ, ଏମସ ମେଡିକାଲର ରାଜ୍ୟ ପୋଗ୍ରାମ ମ୍ୟାନେଜର ଡ. ବିଶ୍ୱରଞ୍ଜନ ପୁରୋହିତ ପ୍ରମୁଖ ରହିଥିଲେ । ଏହି ଟିମ ମେଡିକାଲ ପରିଦର୍ଶନ କରିବା ସମୟରେ ରୋଗ୍ୟ କଲ୍ୟାଣ ସମିତିର ଉପାଧ୍ୟକ୍ଷ ଶ୍ରୀ ସାହୁ, ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ସନ୍ତୋଷ କୁମାର ତ୍ରିପାଠୀ, ବ୍ଳକ ପ୍ରୋଗ୍ରାମ ବ୍ୟାନେଜର ଦିଲ୍ଲୀପ କୁମାର ପରିଡାଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୧---୫,୫୫

Blog Archive

Popular Posts