Breaking News

ସୁଧା ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ଓଡିଶୀ ନୃତ୍ୟୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 


 ଡେଲାଙ୍ଗ ---- ପୁରୀ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟ ଓ ରାଧାକାନ୍ତ ବିଦ୍ୟାପୀଠରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ସୁଧାର ମିଳିତ ସହଯୋଗରେ ଓଡିଶୀ ନୃତ୍ୟୁ ଅଭିନୟ ପ୍ରଶିକ୍ଷଣ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ସାଂପ୍ରଦାୟିକତା ସଦ୍ ଭାବନା , ରାଷ୍ଟିୟ ଏକତା, ଅଖଣ୍ଡତା, ସୌହାର୍ଦ୍ଧ, ଶାନ୍ତି, ସ୍ନେହର ଭାବ ସୃଷ୍ଟି କରିବା ସହ ନିଜକୁ କିପିର ଦେଶର ଏକ ସୁନାଗରିକ ଭାବରେ ପ୍ରତିଷ୍ଠିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ସୁଧା ଅନୁଷ୍ଠାନର ଅଧ୍ୟକ୍ଷ ସଂଜୟ କୁମାର ମିଶ୍ର କହିଥିଲେ । ସୁଧାର  ଓଡିଶୀ କାଳକାର ମାନେ ଓଡିଶୀ ନୃତ୍ୟୁ  ଓ ଅଭିନୟ ମାଧ୍ୟମରେ ଶାସ୍ତ୍ରୀୟ ଓ ପାରମ୍ପାରିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ  ଓଡିଶୀ ଗୁରୁ  ନାରାୟଣ ପାଣ୍ଡେ । ଶିକ୍ଷକ ଶ୍ରୀଧର ପ୍ରଧାନ, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୧---୫,୫୫

Blog Archive

Popular Posts