ସାକ୍ଷୀଗୋପାଳରେ କଂଗ୍ରେସ ଦେଇଥିବା ବନ୍ଦ ଡାକରା ପ୍ରଭାବ ଶୁନ୍ୟ
ସାକ୍ଷୀଗୋପାଳ --------ତେଳୌଦର ବୃଦ୍ଧି. କୃଷିବିଲ ଓ ସରକାରଙ୍କ ବିଫଳତାକୁ ନେଇ ଆଜି ଓଡିଶାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଡାକରା ଦିଆଯାଇଛି । ସକାଳ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅଖଚକ ଗଡିବନି ବୋଲି କଂଗ୍ରେସର ପିସିସି ସଭାପତି ଡାକରା ଦେଇଥିଲେ ।
ଏହାକୁ ନେଇ ବିଭିନ୍ନ ବ୍ଳକରେ କଂଗ୍ରେସର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସତ୍ୟବାଦୀ ବ୍ଳକରେ ସେପିର ପ୍ରଭାବ ଦେଖିବାକୁ ମିଳିନଥିଲା । ମାତ୍ର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ତତ୍ୱବଧାନରେ ସତ୍ୟବାଦୀ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ହୋତାଙ୍କ ନେତ୍ୱତୃରେ କାହ୍ନୁଚରଣ ପ୍ରଧାନ, ସୁରେନ୍ଦ୍ର ସାହୁ, କାଦୁଆ ସରପଞ୍ଚ ସୁବାଷ ମହାପାତ୍ର ଓ କୃପାନିଧି ପ୍ରଧାନଙ୍କ ସମେତ କିଛି କଂଗ୍ରେସ କର୍ମୀ ବ୍ଳକ ଛକ ଆଗରେ ପିକେଂଟି କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଧରେ ନାରାବାଜି କରିଥିଲେ । ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ବ୍ଳକ ଛକ ଅଗାରେ ବସି ରହିଥିଲେ । ଯାହା ଫଳରେକି କିଛି ସମୟ ପାଇଁ ଗାଡି ମଟର ଅଟକି ରହିଥିଲା । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ବଜାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖୋଲା ରହିଥିବା ବେଳେ ପ୍ରେଟୋଲପମ୍ପ ମଧ୍ୟ ଖୋଲା ରହିଥିଲା । ଜାତୀୟ ରାଜପଥରେ ବସକୁ ଛାଡି ଦେଲେ ଅନ୍ୟସବୁ ଗାଡି ମଟର ଯିବା ଆସିବା କରୁଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳ ବଜାର ମଧ୍ୟ ଗହଳି ଚହଳି ଲାଗି ରହିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୧----୫, ୩୦