ଫନି ସହାୟତା ପ୍ରଦାନରେ ପାତର ଅନ୍ତରକୁ ନେଇ ଧାରଣା ; ୭୫ ଦିନରେ ପହଞ୍ଚିଲା
ସାକ୍ଷୀଗୋପାଳ-------- ସତ୍ୟବାଦୀ ବ୍ଳକରେ ଫନିରେ କ୍ଷତିଗସ୍ତ ଅନେକ ପରିବାର ସରକାରୀ ସହାର୍ଯ୍ୟରୁ ଏବେବି ବଞ୍ଚିତ ରହିଛନ୍ତି । ଏହାକୁ ନେଇ ତହସିଲ କାର୍ଯ୍ୟାଳୟ ରାସ୍ତା କରରେ ଧାରଣା ୭୫ ଦିନରେ ପହଞ୍ଚିଲାଣି । ଫଣି କ୍ରିୟାନୁଷ୍ଠାନ କମିଟି ଏବଂ ନବ ନିର୍ମାଣ କୃଷକ ସଙ୍ଗଠନର ମିଳିତ ସହଯୋଗରେ ବାରମ୍ବାର ଦାବି କରିବା ସହ ଧାରଣା ବିକ୍ଷୋଭ ପ୍ରତିବାଦ ସଭା ଆଦି କାର୍ଯ୍ୟ କରାଯାଇଛି । ମାତ୍ର କୌଣସି ସୁଫଳ ନ ମିଳିବାରୁ ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ୨/୧୨/୨୦୨୦ ରିଖରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଛି । ଏଥିପ୍ରତି ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୧୮ ତାରିଖରୁ ଶ୍ରୀ ମହାପାତ୍ର ଆମରଣ ଅନଶନ ୧୦ ଦିନ ଧରି କରିଥିଲେ । ଜାନୁଆରୀ ୨୮ ତାରିଖ ଦିନ ବ୍ଳକ ବିଡିଓ , ଏସଡିପିଓଙ୍କ ସହିତ ସତ୍ୟବାଦୀ ଥାନା ଆଇଆଇସି ଅନଶନ କାରୀଙ୍କ ସହିତ ଆଲେଚନା କରି ତୁରନ୍ତ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି ପ୍ରତୃଶୁତି ଦେଇଥିଲେ । ମାତ୍ର ଜବାବ ଅନୁସାରେ କୌଣସି ଟିମ ଗଠନ ବା ଜଣଙ୍କର ତଦନ୍ତ କରାଯାଇ ନାହିଁ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟ ପକ୍ଷେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ୬/୨ ତାରିଖରେ ଫଣି କ୍ରିୟାନୁଷ୍ଠାନ କମିଟି ଏବଂ ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ନେତ୍ୱତୃରେ ସୂର୍ଯ୍ୟନାରାୟଣ ରଥ, ଶରତ ପ୍ରଧାନ ଓ ଭାଗୀରଥି ଦାଶ ପ୍ରମୁଖ ଆଲେଚନା କରିଥିଲେ । ମାତ୍ର ଜିଲ୍ଲାପ।।ଳ ପ୍ରଥମେ ଧାରଣା ବନ୍ଦ କର ତା ପରେ ଆଲେଚନା କରାଯିବ ବୋଲି କହିବାରୁ ଶ୍ରୀ ମହାପାତ୍ର ଏହାକୁ ପ୍ରତ୍ୟଖାନ କରିଥିଲେ ।ଆମରଣ ଅନଶନ ଉଠିଥିଲେ ମଧ୍ୟ ସେଠାରେ ଧାରଣା ଜାରି ରହିଛି । ଧାରଣା ଏବେ ୭୫ ଦିନରେ ପହଞ୍ଚିଲାଣି । ଭାଗିରଥି ଦାଶ , ବାବୁଲି ମହାରଣା, , ଗଜେନ୍ଦ୍ର ପ୍ରଧାନ, ଶରତ ପ୍ରଧାନ ଓ ଜଗନ୍ନାଥ ବାରିକ ପ୍ରମୁଖ ଧାରଣା ସ୍ଥଳରେ ବସି ରହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୧----୫, ୩୦