Breaking News

ସାକ୍ଷୀଗୋପାଳ ମନ୍ଦିର ବିକାଶ କରାଯିବା ସହ ପ୍ରବେଶ ପଥରେ ତୋରଣ କରାଯିବ ମନ୍ତ୍ରୀ- ପାଣିଗ୍ରାହୀ


 ସାକ୍ଷୀଗୋପାଳ -------  ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରି ଠାକୁରଙ୍କୁ ଦର୍ଶନ କରିଥିଲେ । ସେବାୟତ ମାନଙ୍କ ଦ୍ୱାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଯୋଗଦେଇ ଏହି ପୁରାତନ ମନ୍ଦିରର ବହୁ ଶିଘ୍ର ଉନ୍ନତି କରାଯିବା ସହ ଏ୍ୟତିହ୍ୟ ପୀଠ ଯୋଜନାରେ ଏହି ମନ୍ଦିରକୁ ସାମିଲ କରାଯିବ ବୋଲି କହିଥିଲେ । ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରେ ପୁରୀର ପ୍ରବେଶ ପଥ ପରି ଏକ ସୁନ୍ଦର ତୋରଣ କରାଯିବ । ଅନ୍ୟତମ ଅତିଥି ଭାବେ ବିଧାୟକ ଉମାକାନ୍ତ ସାମନ୍ତରାୟ ସାକ୍ଷୀଗୋପାଳ ମନ୍ଦିରର ମୁଖ୍ୟ ପର୍ବ ଅଁଳାନବମୀ ପାଇଁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରତିବର୍ଷ ୨ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ ବୋଲି ବିଧାୟକ ତଥା ମନ୍ଦିର ଟ୍ରଷ୍ଟ  ବୋର୍ଡର ସଭାପତି ଶ୍ରୀ ସମାନ୍ତରାୟ କହିଥିଲେ । ଏହି ଅବସରରେ ସେବାୟତ ମାନଙ୍କୁ କୋଭିଡ ସହାୟତା ରାଶି ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ସସ୍ମିତା ପ୍ରଧାନ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ । ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ର ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ସେବାୟତ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ୧୦ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ଅତିଥି ମାନଙ୍କୁ ପ୍ରଦାନ କରିଥିଲେ । ସେବାୟତ ସଂଘର ପରିଚାଳନା ପରିଷଦ ସଦସ୍ୟ ରାମଚନ୍ଦ୍ର ନନ୍ଦ, ଉପସଭାପତି ଅଶୋକ ଖୁଣ୍ଟିଆ, ସହସମ୍ପାଦକ ସଞ୍ଜୟ ନନ୍ଦ ଓ କୋଷାଧ୍ୟକ୍ଷ ଭର୍ଗୋଦେବ କୋଠାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ସଂଘର ସଦସ୍ୟ ଆଲୋକ ଖୁଣ୍ଟିଆ  ମଞ୍ଚ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୨/୨୦୨୧----୧୧,୩୫

Blog Archive

Popular Posts