୧୭ତମ ଚନ୍ଦ୍ର ମାଧବ ମିଶ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ଖେଳ ପଡିଆରେ ମା ଚର୍ଚ୍ଚିକା କ୍ରିଡା ଓ ସାଂସ୍କୃତିକ ଯୁବକ ସଂଘ ଆନୁକୂଲ୍ୟରେ ୧୭ ତମ ଚନ୍ଦ୍ର ମାଧବ ମିଶ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୨୫ ଦିନ ଧରି ଏଠାରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ମ୍ୟାଚର ପାଇନାଲ ମ୍ୟାଚ ଥିଲା । ଭୁବନେଶ୍ୱରର ତମାଣ୍ଡେର ଇଲେଭେନ ସହିତ ଉଛୁପୁର କ୍ରିକେଟ କ୍ଳବ ମଧ୍ୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ଭୁବନେଶ୍ୱରର ତମାଣ୍ଡେର ଇଲେଭେନ ଦଳ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୪୭ ରନ କରିଥିଲା ଜବାବାରେ ଉଛୁପୁର ଦଳ ୧୮ ଓଭର ୩ ବଲରେ ସମସ୍ତ ଉଇକେଟ ହରାଇ ୧୨୬ ରନ କରିଥିଲେ । ଗଗନ ବିହାରୀ ବାରିକ ଓରବୀନ୍ଦ୍ର କୁମାର ପ୍ରଧାନ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ । ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆକାଶ ଦାସ ନାୟକ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ ସହିତ ଚେକ ରନସ ଦଳକୁ ରନସ ଟ୍ରଫସହିତ ଚେକ ପ୍ରଦାନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଦୃବ ଚରଣ ଦାଶ, ସରପଞ୍ଚ ରଶ୍ମିତା ପ୍ରଧାନ, ସମିତିସଭ୍ୟାଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ନୀଳକଣ୍ଠ ପ୍ରଧାନ, ସମ୍ପାଦକ ସୁକାନ୍ତ ସାହାଣିଙ୍କ ସହିତ ଦୁଃଶାସନ ପ୍ରଧାନଙ୍କ ସହିତ ଗ୍ରାମବାସୀ ଓ ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୨/୨୦୨୧----୧୧.୪୦